ତିଳେଇମାଳ କ୍ଲଷ୍ଟରରେ ସୁରଭି କାର୍ଯ୍ଯକ୍ରମ ,୨୦୨୫

ଦେବଗଡ଼(କୋଶଲ ନ୍ୟୁଜ୍ ):-  ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ତିଳେଇମାଳ କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ସୁରଭି ପ୍ରତିଯୋଗିତା ‐୨୦୨୫ ଆଞ୍ଚଳିକ କେନ୍ଦ୍ର ସଂଯୋଜକ,ତିଳେଇମାଳ ଶ୍ରୀଯୁକ୍ତ ନିରଞ୍ଜନ କୁମାର ସାହୁଙ୍କ ପରିକଳ୍ପନା , ପରିଚାଳନା ଓ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।

ସଭାପତି ଶ୍ରୀଯୁକ୍ତ କ୍ଷୀରୋଦ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କେପି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରୁକୁଣ୍ଡା , ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ବିନୋଦ ବିହାରୀ ନାୟକ ,ରମ୍ଭେଇ ଉଚ୍ଚ ବିଦ୍ୟାଳୟ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଲଳିତ ମୋହନ ପ୍ରଧାନ ଓ ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ହୃଦାନନ୍ଦ ପ୍ରଧାନ ଯୋଗଦେଇ ସୁରଭି କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଅନ୍ବେଷଣ ଓ ବିକାଶ ଉପରେ ବକ୍ତବ୍ଯ ରଖିଥିଲେ । ତିଳେଇମାଳ କ୍ଲଷ୍ଟରର ୧୧ ଟି ବିଦ୍ୟାଳୟରୁ ସବ-ଜୁନିଅର, ଜୁନିୟର ଓ ସିନିୟର ବିଭାଗରେ ମୋଟ ୧୦୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ୨୬ଟି ବିଭାଗରେ ଅଂଶଗ୍ରହଣ କରିଥିଲେ । ମୋ ସ୍ବପ୍ନର ଓଡ଼ିଶା -୨୦୩୬ ଉପରେ ଅତିଥିଗଣ ସବିଶେଷ ଆଲୋକପାତ କରିଥିଲେ। ସୁରଭିରେ ପ୍ରବନ୍ଧ,ବକ୍ତୃତା, ଇଲୋକୁସନ , ଚିତ୍ରାଙ୍କନ , କୁଇଜ୍ ,ଶ୍ରୁତଲିଖନ,ନୃତ୍ୟ ଅଭିନୟ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ସୁରଭି କାର୍ଯ୍ଯକ୍ରମ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ପରିଚାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ବିଷୟଭିତ୍ତିକ ବିଭିନ୍ନ ରଙ୍ଗାରଙ୍ଗ ନୃତ୍ଯାଭିନୟ ପରିବେଷଣ କରିଥିଲେ । କ୍ଲଷ୍ଟର ସ୍ତରୀୟ କାର୍ଯ୍ଯକ୍ରମରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନେ ବାରକୋଟ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ଯକ୍ରମରେ ଯୋଗଦେବାର ସ୍ଥିର କରାଯାଇଛି । ପୁରସ୍କାର ବିତରଣୀ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଡିଲେଶ୍ବର ନାଏକ । ମୁଖ୍ଯଅତିଥି ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ପୀତବାସ ସାହୁ , ବିଭୂତି ଭୂଷଣ ସାହୁ,ପ୍ରମୋଦ କୁମାର ପ୍ରଧାନ , କାଞ୍ଚନ ପ୍ରଭା ପ୍ରଧାନ,ନେହେରୁ ସାମଲ,ଇନ୍ଦ୍ରଜିତ ସାମଲ, ପରମାନନ୍ଦ ପ୍ରଧାନ,ଲଳିତ ମୋହନ ପ୍ରଧାନ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ସର୍ବଶେଷରେ ଶ୍ରୀଯୁକ୍ତ ଭେଷଜ କୁମାର ଭୋଜ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment