ନବରଙ୍ଗପୁର (କୋଶଲ ନ୍ୟୁଜ୍):- କେଲିଆ ଶୈବପୀଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। କେଲିଆ ମନ୍ଦିର ଉନ୍ନୟନ କମିଟି ସଭାପତି ତଥା ଡାବୁଗାଁ ତହସିଲଦାର ହରିଓମ୍ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କୁ ପରିଚାଳନା କରିଥିଲେ ସଂପାଦକ ଦେବରାଜ ପାତ୍ର। କୋଷାଧ୍ୟକ୍ଷ ଜି ସାଇ ରାଜୁ, ବରିଷ୍ଠ ଓକିଲ ଜୟନ୍ତ କୁମାର ପାତ୍ର, ସୁରେନ୍ଦ୍ର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ପୂର୍ବତନ ସରପଂଚ ଧର୍ମାନନ୍ଦ ନାୟକ, ଭଗବାନ ମହାନ୍ତି, ବଂଶୀଧର ମାଝୀ, ସପନ ମାଝୀ , ନରସିଂହ ମାଝୀ, ଭାଗୀରଥି ମାଝି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । କେଲିଆ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶୈବପୀଠ ହୋଇ ଥିବା ଯୋଗୁଁ ପବିତ୍ର ମହାଶିବରାତ୍ରି କିଭଳି ଶାନ୍ତିଶୃଙ୍ଖଳା ରେ ପାଳନ କରାଯିବ , ଏହି ବିଷୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଚଚରାଗୁଡା , ଅଞ୍ଚଳା ଓ ମେଦନା ପଞ୍ଚାୟତ ର ଅନେକ ସ୍ବେଛାସେବୀ ଯୁବକ ମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)