ଝରିଗାଁ ଅଞ୍ଚଳରେ ଜୋରସୋରରେ ଚାଲିଛି ଖୁଡ଼ଖୁଡି ଖେଳ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲାର ଝରିଗାଁର ବ୍ଲକ ଏବେ ଖୁଡ଼ଖୁଡି ମାଫିଆ ମାନଙ୍କ ରାଜ ଦେଖିବାକୁ ମିଲୁଛି ।ବର୍ତମାନ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ସମୟରେ ଶିବରାତ୍ରୀ ସବୁ ପାଳିତ ହେଉଥିବା ବେଳେ ଖୁଡ଼ଖୁଡି ମାଫିଆମାନେ ପସରା ମେଲେଇ ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି। ଏଭଳି ଆଜି ଝରୀଗାଁ ବ୍ଲକ ଛୋଟା ଗୁଡା ଏବଂ ଚିକିଲିରେ ରେ ଜର ସରରେ ଚାଲିଛି ଖୁଦଖୁଡି ଖେଳ । ଯାତ୍ରା ଦେଖିବାକୁ ଆସୁଥିବା ନିରୀହ ଆଦିବାସୀମାନେ ଏମାନଙ୍କ ଶିକାର ହେଉଛନ୍ତି। ପୋଲିସ ପ୍ରଶାସନ ଖୁଡ଼ଖୁଡି ମାଫିଆ ମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । କୌଣସି ଗ୍ରାମରେ ବଜାର ମଣ୍ଡେଇ ହେଉଥିବା ଖବର ପାଇବା କ୍ଷଣି ଏହି ଖୁଡ଼ଖୁଡି ମାଫିଆ ମାନେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଶଳାସୁତରା ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।ପୋଲିସ ପ୍ରଶାସନର ଛତ୍ରଛାୟା ତଳେ ରହି ଖୁଡ଼ଖୁଡି ମାଫିଆମାନେ ନିର୍ଭୟରେ ଲୋକଙ୍କୁ ଲୁଟୁଛନ୍ତ। ଉକ୍ତ ଅସାମାଜିକ କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଆଗେଇ ଆସିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।

ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments (0)
Add Comment