ଦେବଗଡ଼ (କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ଅନ୍ତର୍ଗତ ନୂଆପଡ଼ା ସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଓଡ଼ିଶା ଶାଖା ଆନୁକୁଲ୍ୟରେ ରେଡ୍ ରିବନ୍ କ୍ଲବ ୟୁନିଟ଼ ତରଫରୁ ଏକ ଏଡ୍ସ ସଚେତନତା କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟଶାଳାର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ଟ୍ରଷ୍ଟି ସଦସ୍ୟ ପ୍ରବୋଧ କୁମାର ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଗଡମଣ୍ଡଳ ଚିକିତ୍ସାଳୟର ଫାର୍ମାସିଷ୍ଟ ଶ୍ରୀଯୁକ୍ତ ମଦନ ମୋହନ ସାହୁ ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଏଡ୍ସ ରୋଗର ଲକ୍ଷଣ,କାରଣ ଏବଂ ଭୟାବହତା ଉପରେ ବିଶଦ୍ ଭାବେ ଉଦ୍ବୋଧନ ଦେଇ ଏହାର ନିରାକରଣ ପାଇଁ ଉପଦେଶ ଦେଇଥିଲେ ।
ଯୁବ ରେଡକ୍ରସ୍ ଅଧିକାରୀ RRC ସଂଯୋଜକ ଶ୍ରୀଯୁକ୍ତ ରଘୁନାଥ ରାଉତ ସଭା ପରିଚାଳନା କରିଥିଲେ । ସ୍ଵେଚ୍ଛାସେବୀମାନଙ୍କ ଦ୍ବାରା ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ଲାକାର୍ଡ ଧରି ଲୋକମାନଙ୍କ ମଧ୍ୟରେ ସଚେତନତା କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରା କରାଯାଇଥିଲା ।
ମହାବିଦ୍ୟାଳୟର ଅଧ୍ୟାପକ ଯଦୁମଣି ସାହୁ, ଅଭୟ କୁମାର ସାହୁ, ବୁଦ୍ଧଦେବ ପ୍ରଧାନ,ମାନସ ରଞ୍ଜନ ମହାପାତ୍ର, ତନୋଜ କୁମାର ମହାପାତ୍ର,ସନ୍ତୋଷ ରାଉଳ ଅଣଶିକ୍ଷକ କର୍ମଚାରୀ ତ୍ରିପୁରା ମୋହନ ମାଝୀ,ଇନ୍ଦ୍ରମଣୀ ମାଝୀ,ସଞ୍ଜିତ କୁମାର ଶତପଥି, ଅଜିତ ପାତ୍ର,ମନୋଜ କୁମାର ସାହୁ,ପିପନ୍ ସେଠୀ,ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।