ଭାରତୀୟ ଜନତା ପାର୍ଟିର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି: (କୋଶଲ ନ୍ୟୁଜ) କେନ୍ଦ୍ର ସରକାର କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କଂଗ୍ରେସ ଦଳ ଲୋକଙ୍କୁ ସହଯୋଗ କରିବା ବଦଳରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି ତେଣୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସଭାପତିଙ୍କ ଚିଠିକୁ ଲୋକ ଲୋଚନକୁ ଆଣିବା ପାଇଁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି ଜିଲ୍ଲା ବିଜେପି। ଅନ୍ୟ ପକ୍ଷରେ ପ୍ରଶାସନର କୋଭିଡ ପରିଚାଳନା ତୃଟି , ଆର ସୀତାପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାର ମଧ୍ୟ ଅଭିଯୋଗ ଆଣିଛି ବିଜେପି, ସେପଟେ କୋଭିଡ ମହାମାରୀ ସମୟରେ ପ୍ରଶାସନ ଶହ ଶହ ଉଠା ଦୋକାନୀ ଓ ଛୋଟ ବ୍ୟବସାୟୀଙ୍କୁ ବଜାରରୁ ଉଛେଦ କରି ସେମାନଙ୍କୁ ବେ ରୋଜଗାରି ସଜେଇଥିବା ବେଳେ ଥଇଥାନ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ ।

Comments (0)
Add Comment