ଲସି ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ

ମାଲକାନଗିରି/ପଡିଆ 01:05:2021 ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଲସି ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ l ସୂଚନା ଅନୁସାରେ ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଗତକାଲି ସାପ୍ତାହିକ ହାଟରେ ଲସି ପିଇବା ପରେ ଲୋକମାନେ ଅସୁସ୍ଥ ହୋଇଛନ୍ତି ।ଅସୁସ୍ଥତା ଅନୁଭବ କରିବାରୁ ସକାଳୁ ସମସ୍ତଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ରହିଥିବା ଜଣାପଡ଼ିଛି । ମେଡିକାଲରେ ଗୁରୁତର ଲୋକଙ୍କ ସଂଖ୍ୟା ଅଧିକ ହେବାରୁ ଗଛ ତଳେ ମଧ୍ୟ ଚିକିତ୍ସା କରାଯାଉଛି l

Comments (0)
Add Comment