ମହାମାରୀ କରୋନା ସଙ୍କଟ ଚାଲିଥିବା ସମୟରେ ଅନେକ କଳ୍ପନା ସହିତ ପ୍ରତି ଦିନ କିଛି କିଛି ନୂଆ କରୋନା ତଥ୍ୟ ସାମ୍ନା କୁ ଆସୁଛି | ଡି. ଏମ. ଇ. ଟି. ମୁଖ୍ୟ ସି ବି କେ ମହାନ୍ତି ଙ୍କ ସୂଚନା ଆଧାର ରେ ଓଡିଶା ରେ ବର୍ତମାନ ସୁଦ୍ଧା କରୋନା ର ତୃତୀୟ ଲହରୀ ପ୍ରବେଶ କରିନାହିଁ | ଦ୍ଵିତୀୟ ଲହରୀ ଧୀରେ ଧୀରେ କମି କମି ଯାଉଛି କିନ୍ତୁ ରାଜ୍ୟରେ ସଂକ୍ରମଣ ହାର ଦୈନିକ 2000ରୁ ଉପରେ ରହୁଛି ଯାହା ଚିନ୍ତା ଜନକ କାରଣ ସମ୍ଭାବ୍ୟ ତୃତୀୟ ଲହରୀ ର ଆଶଙ୍କା ବଢ଼ି ଚାଲିଛି | ସରକାର କରୋନା ଟେଷ୍ଟିଙ୍ଗ ଏବଂ ଟିକକରଣ କୁ ଦ୍ରୁତ କରି ଗାଁ ଗାଁ ଏବଂ ଘର ଘର ବୁଲି ସର୍ଭିଲାନ୍ସ ଅଧିକ କଲେ ସ୍ଥିତି ନିୟନ୍ତ୍ରଣ କୁ ଆସିପାରିବ | ଆଗ ପରି ଏବେ ଆଉ ପୋଜିଟିଭ ସଂଖ୍ୟା ବଢୁ ନାହିଁ କି ଆଇସୋଲେସନ ବି ଅଧିକ ଦରକାର ହେଉ ନାହିଁ କିନ୍ତୁ ସମସ୍ତେ ସଚେତନ ରହି କୋଭିଡ ନିୟମ ମାନି ଚାଲିଲେ ତୃତୀୟ ଲହରୀକୁ ନିୟନ୍ତ୍ରଣ କରାଯାଇ ପାରିବ