ନୂତନ ବ୍ଲକ ଗଠନ ନିମନ୍ତେ ଆଲୋଚନା ସଭା

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ୧୨ ଟି ଗ୍ରାମପଞ୍ଚାୟତ କୁ ନେଇ ନୂତନ ବ୍ଲକ ଭାବେ ଗୋଟିଏ ବ୍ଲକ ଗଠନ ନିମନ୍ତେ ଆଜି ବ୍ଲକର ଭାଇ ଭଉଣୀ ଦର୍ହ ନିକଟସ୍ଥ ତାରିଣୀ ମନ୍ଦିର ଠାରେ ସନ୍ତୋଷ କୁମାର ସାହୁ, କ୍ଷିରୋଦ ଚନ୍ଦ୍ର ପ୍ରଧାନ, ବୀରେନ କୁମାର ପ୍ରଧାନ ଏବଂ ଗୌତମ ପ୍ରଧାନଙ୍କ ଆହ୍ୱାନ କ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଉପସ୍ଥିତ ଥିବା ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ନୂତନ ବ୍ଲକ ଗଠନ ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ। ନୂତନ ବ୍ଲକ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍ ସେମାନଙ୍କର ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ନୂତନ ବ୍ଲକ ଗଠନ ହେଲେ ଜନସାଧାରଣ ବ୍ଲକ ପ୍ରଶାସନ ଙ୍କୁ ଅତି ନିକଟରେ ପାଇ ପାରିବେ ଯା ଦ୍ଵାରା ସମସ୍ତ ବର୍ଷର ଲୋକ ସେମାନଙ୍କର ଆପତ୍ତି, ଅଭିଯୋଗ ବ୍ଲକ ଅଫିସକୁ ଯାଇ କହି ପାରିବେ,ଏବଂ ପ୍ରଶାସନ ମଧ୍ୟ ଖୁବ୍ ଶୀଘ୍ର ସମାଧାନ ପାଇଁ ସକ୍ଷମ ହେବ। ନୂତନ ବ୍ଲକ ଗଠନ ହେଲେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବିଭାଗର ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ଖୋଲା ଯାଇପାରିବ।

Comments (0)
Add Comment