ଦେବଗଡ଼(କୋଶଲ ନ୍ୟୁଜ୍): ଦେବଗଡ଼ ଜ଼ିଲ୍ଲା ବାରକୋଟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୨୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୧୯ଟି ବ୍ୟକ୍ତିଗତ ଏବଂ ୦୨ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ସଇଡା ଅଙ୍ଗନବାଡି ସେଣ୍ଟର ର ସମସ୍ୟା, ବିବାହ କାଳୀନ ସହାୟତା, କମ୍ୟୁନିଟି ସେଣ୍ଟର, ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଥିବା ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ, ବିଦ୍ୟୁତ ସମସ୍ୟା, ଏନ ଏଚ ୪୯ ର ଜମି ର କ୍ଷତିପୂରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ କୁମାର ଚପରଦାର , ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ବାରକୋଟ ତହସିଲଦାର ରବୀନ୍ଦ୍ର କୁମାର ନାୟକ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ପୁଷ୍ପାଞ୍ଜଳୀ ବେହେରା (ବାରକୋଟ)