ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜ଼ିଲ୍ଲା ତିଲେଇବଣି ବ୍ଲକ ପାଳକୁଦର ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୩୪ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୦୬ ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।

ବିଶେଷ କରି ମୋବାଇଲ ଟାୱାର, ସିସି ରୋଡ଼, ମଦଭାଟି ବନ୍ଦ ସମ୍ବନ୍ଧେ, ପାନୀୟ ଜଳ ଓ ପାର୍କର ଉନ୍ନତି କରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତିଲେଇବଣି ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର କର୍ଣ୍ଣ ମଲ୍ଲିକ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment