ବିଦ୍ୟାଳୟ ଛାତରୁ ଗଳୁଛି ପାଣି ମରାମତି ପାଇଁ ଦାବୀ

ଦେବଗଡ଼(କୋଶଲ ନ୍ୟୁଜ୍):- ବିଦ୍ୟାଳୟ ଛାତରୁ ଗଳୁଛି ପାଣି ପ୍ରଶାସନର ନଜର ପଡୁନି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ନୂତନ ବିଦ୍ୟାଳୟ ତିଆରି କରୁଥିବା ବେଳେ କେତେକ ଯାଗାରେ ବିଦ୍ୟାଳୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଫଳରେ ଅସୁବିଧା ଭୋଗୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଚିତ୍ର ଦେଖାଉଛୁ ଏ ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ପ୍ରେମାନନ୍ଦ ଉଚ୍ଚ ବିଦ୍ୟାଳୟ ଉଟୁଣିଆଁ ର ଚିତ୍ର।

ଅଳ୍ପ ବର୍ଷା ହେଲେ ମଧ୍ୟ ଅଫିସ ଗୃହର ଛାତରୁ ଓ ରୋଷେଇ ଘର ଟାଇଲ ରୁ ଗଳୁଛି ପାଣି। ଏ ଘଟଣା ଆଜି ନୁହେଁ କି କାଲିର ନୁହେଁ ଗତ ଦୁଇ ତିନି ବର୍ଷରୁ ଏଭଳି ଘଟଣା ଦେଖିବାକୁ ମିଳୁଛି। କିନ୍ତୁ ଦୁଃଖର ବିଷୟ ବିଦ୍ୟାଳୟ ପ୍ରତି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନଜର ପଡୁନି। ଏହି ସମସ୍ୟାର ଉପରେ ନଜର ଦେଇ ଏହାର ସମାଧାନ କରିବା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି।

Comments (0)
Add Comment