ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟା ବିସ୍ତାର କରି ଚାଲିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧ ହଜାର ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି।