ରୋମିଓ ଛାତ୍ରଙ୍କ ବାଇକ୍ ଧକ୍କାରେ ଛାତ୍ରୀ ଗୁରୁତର

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପଳସମା କଲେଜର ଜଣେ ଛାତ୍ରୀ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ହେଲେ ଉଟୁଣିଆଁ ପଞ୍ଚାୟତ ତାଳକୁଦର ଗ୍ରାମର କେଶବ ପ୍ରଧାନଙ୍କ ଝିଅ କଲ୍ୟାଣୀ ପ୍ରଧାନ ବୋଲି ଜଣାପଡିଛି। ତାଳକୁଦର ଗ୍ରାମରୁ ପଳସମା କଲେଜକୁ ଦୂରତା ଅନୁମାନ ୨କିମି ହେଉଥିବାରୁ କଲ୍ୟାଣୀ ସାଙ୍ଗମାନଙ୍କ ସହିତ ପ୍ରତ୍ୟେକ ଦିନ ସାଇକେଲ ଦ୍ଵାରା କଲେଜ୍ ରୁ ଘରକୁ ଯିବା ଆସିବା କରିଥାନ୍ତି। ଗତ ତା: ୧୫/୦୯/୨୦୨୫ ରିଖ ସୋମବାର ଦିନ ମଧ୍ୟ ପ୍ରତ୍ୟେକ ଦିନପରି ସାଇକେଲରେ ଘରକୁ ଫେରୁଥିଲେ। ସେହି ସମୟରେ କଲେଜର ପରେଶ ବେହେରା ନାମକ ଜଣେ ଛାତ୍ର ତାର ଆଉ ଦୁଇଜଣ ସାଙ୍ଗଙ୍କୁ ହିରୋ ସ୍ପେଲେଣ୍ଡର ବାଇକ୍ ରେ ବସାଇ ଦୃତ ଗତିରେ ଆସି କଲ୍ୟାଣୀଙ୍କୁ ପଛପଡୁ ଧକ୍କା ଦେଇଥିଲା। ଯାହା ଫଳରେ କଲ୍ୟାଣୀ ସାଇକେଲ ସହ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ।

ଫଳରେ କଲ୍ୟାଣୀର ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହିତ ରକ୍ତାକ୍ତ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ପଳସମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ଵାସ୍ଥ୍ୟ ସମସ୍ୟା ଆହୁରି ଅଧିକ ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । କଲ୍ୟାଣୀର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସୁସ୍ଥ ହେବା ପାଇଁ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି। ଏହା କଲେଜ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁ ଦୁର୍ଘଟଣା ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଝିଅ ପିଲା ମାନଙ୍କ ଆଗ ପଛରେ ବାଇକରେ ଆସି ଷ୍ଟାଇଲ ମାରୁଥିବା ବେଳେ ବାଇକ୍ ଧକ୍କା କରି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଦୁର୍ଘଟଣା କରିଥିବା ଛାତ୍ର ଜଣଙ୍କ ହେଲେ ପଳସମା ଗ୍ରାମର ଡ଼ାକୁ ବେହେରାଙ୍କ ପୁଅ ପରେଶ ବେହେରା। ପରେଶ ଆଜି ନୁହେଁ ଆଗରୁ ମଧ୍ୟ ଷ୍ଟାଇଲ୍ ମାରି ଗାଡ଼ି ଚଳାଏ ବୋଲି କଲେଜ୍ ର ଅନେକ ଛାତ୍ରଛାତ୍ରୀ କହିଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପଳସମା ପଞ୍ଚାୟତ ସରପଞ୍ଚ ସୁଶିଲ କୁମାର କଲେଜ୍ କୁ ତଦନ୍ତ କରିବା ପାଇଁ ଯାଇଥିଲେ। କିନ୍ତୁ କଲେଜ୍ ଅଧ୍ୟକ୍ଷ ନଥିବାରୁ ନିରାଶ ହୋଇ ଫେରିଆସିଥିଲେ। ତଥାପି କଲେଜ୍ ରେ ତାଗିଦ୍ କରି କହିଛନ୍ତି ସରପଞ୍ଚ ସୁଶିଲ୍ କୁମାର ବାଇକ୍ ନେଇ ଯେଉଁ ଛାତ୍ର କଲେଜ୍ ଆସୁଛି ତାଙ୍କୁ କଲେଜରେ ଭର୍ତ୍ତି ନ କରିବା ପାଇଁ କଲେଜ୍ ଷ୍ଟାପ୍ ଙ୍କୁ ସରପଞ୍ଚ ସୁଶିଲ କୁମାର ପରାମର୍ଶ ଦେଇଛନ୍ତି। ଛାତ୍ର ଛାତ୍ରୀଙ୍କ ଉପରେ କଲେଜର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଏଭଳି ପିଲାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି।

Comments (0)
Add Comment