ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି. ଆର୍.ସି.ସି କରଲଗା ଶ୍ରୀଯୁକ୍ତ ଭାଗିରଥି ପ୍ରଧାନଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ କୁମାର ବସନ୍ତରା,ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ ପ୍ରଧାନ ଶିକ୍ଷକ ଆଞ୍ଚଳିକ ହାଇସ୍କୁଲ କରଲଗା, ଏ.ବିଇଓ ରିଆମାଳ ଶ୍ରୀଯୁକ୍ତ ମହେଶ୍ଵର ବେହେରା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନନ୍ତ କୁମାର ଶତପଥୀ ପ୍ରଧାନ ଶିକ୍ଷକ ଖଇରପାଲି ହାଇସ୍କୁଲ, ମନମୋହିନୀ ନାୟକ ପ୍ରଧାନ ଶିକ୍ଷୟତ୍ରୀ କରଲଗା ୟୁ.ପି.ଏସ, ପଙ୍କଜିନୀ କୁଅଁର ପ୍ରଧାନ ଶିକ୍ଷୟତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି, ସଭାପତି ସି.ଆର.ସିଶି କରଲଗା ଶ୍ରୀଯୁକ୍ତ ଭାଗିରଥି ପ୍ରଧାନ ଯୋଗ ଦେଇଥିଲେ।ଏହି ଉଦଯାପନୀ ସୁରଭି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଇରପାଲି ଥାନା ଅଧିକାରୀ ଦିବ୍ୟ ସୁନ୍ଦର ଓରାମ ଏବଂ ବି.ଆର.ସିସି ବନିତା ବେହେରା ରିଆମାଳ ଯୋଗଦେଇ ବିଭିନ୍ନ ସ୍କୁଲର ପ୍ରତିଯୋଗିତା ମାନଙ୍କୁ ମାନପତ୍ର ସହ ସିଲକପ ପ୍ରଧାନ କରିଥିଲେ। ଉକ୍ତ “ସୁରଭି” ସାଂସ୍କୃତିକ କାର୍ଯ୍ୟକ୍ରମରେ ନିରଞ୍ଜନ ବେହେରା, ଅର୍ଜୁନ ମୋହନ ବେହେରା,ବିଜୟ କୁମାର କିଶାନ୍, ବିଶ୍ୱଜିତ୍ ସେଠୀ,ନିରଞ୍ଜନ ଦଳାଇଙ୍କ ସମେତ କ୍ଲଷ୍ଟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ଗୀତାଞ୍ଜଳି ପ୍ରଧାନ,କବିତା ବେହେରା, ସରୋଜିନୀ କିସାନ, ସୁଜାତା ବେହେରା, ଓମ୍ ପ୍ରକାଶ ବେହେରା, ଛଇଳବାଳା ପ୍ରଧାନ, ଦୟାନିଧି ପ୍ରଧାନ, ସହଦେବ ନାୟକ,ମାନସୀ ବେହେରା, ଧୀରେନ କୁମାର ବିଶ୍ବାଳ, ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ, ନରହରି ବେହେରା, ସ୍ଵର୍ଣ୍ଣପ୍ରଭା ପ୍ରଧାନ, ଭୁବନେଶ୍ୱର ବେହେରା, ବାଳକ୍ରିଷ୍ଣା ପ୍ରଧାନ ମୁଖ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଞ୍ଜ ଓ ଉପତୋରଣ ପ୍ରଦାନ କରି ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କରଲଗା ସରକାରୀ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହେରା ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।