ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୈାନ ନିର୍ଯ୍ୟାତନା ସଚେତନତା

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା ବିଶ୍ୱ ଯୁବ କେନ୍ଦ୍ର,ବଣୀନନାଳୀ, ଅନୁଗୋଳ ଦ୍ବାରା ପରିଚାଳିତ କାର୍ଯ୍ୟ କ୍ରମ ‘ଆକକ୍ସେସ ଟୁ ଜଷ୍ଟିସ ‘ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବଉଳିଗଡ ଗ୍ରାମ ପଞ୍ଚାୟତ ର ସିମିଳଲିଛୁଇଁ ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯକ୍ରମରେ ୱାଡମେମ୍ବର, ଅଙ୍ଗନୱାଡ଼ି, ଆଶାକର୍ମୀ,ପ୍ରେସିଡେଣ୍ଟ, ସିଆରପି, ଗ୍ରାମବାସୀଙ୍କ ଉପସ୍ଥିତରେ ଜିଲ୍ଲାରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହ, ଶିଶୁ, ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ ସଙ୍କୁଳ କାର୍ଯ୍ୟ ରେ ନିୟଜିତ ନକରିବା ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳି ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ୱା‌ବଧାନରେ ପ୍ରକଳ୍ପ ସ‌ହଯୋଗୀ ଲକ୍ଷ୍ମୀ ବେହେରା ପରିଚାଳନା କରିଥିଲେ ।

Comments (0)
Add Comment