ବହଲ ପାଲି ଠାରେ ରକ୍ତ ଦାନ ଶିବିର ୪୩ ୟୁନିଟ ରକ୍ତ ସଂଗୃହୀତ


ବରଗଡ଼ (କୋଶଲ ନ୍ୟୁଜ୍):- ଉତ୍କଟ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବହଲପାଲି ଗ୍ରାମ ର ବିଜୟ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବହଲ ପାଲି ସ୍କୁଲ ର ପ୍ରଧାନ ଶିକ୍ଷକ ବାଲକୃଷ୍ଣ ପଣ୍ଡା ଯୋଗ ଦେଇ ଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ କ୍ଷୀରୋଦ୍ର ସାହୁ ଓ ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ବିଜୟ କ୍ଲବ ର ସଭାପତି ମାନଭଞ୍ଜନ ସାହୁ ସମ୍ପାଦକ ସୁବ୍ରତ ପଧାନ,ଉମାକାନ୍ତ ସାହୁ, ସୁଧୀର ପଧାନ,ଯୋଗେଶ୍ୱର ରଥ ବିଜୟ କ୍ଲବ ର ସ୍ବେଛାସେବୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ । ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିଜୟ କ୍ଲବ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Comments (0)
Add Comment