ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ


ଡାବୁଗାଁ (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲେଜ ଷ୍ଟାଡିୟମ୍ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧରି ଯୋଗ ଦେଇ ମାଛ ଚାଷ ଓ ଗୋପାଳ , ପଶୁପକ୍ଷୀ ଙ୍କ ପାଳନ ଉପରେ ଆଲୋଚନା କରିଥିଲେ ହେଲେ ଶୁଣିବା ପାଇଁ ଚାଷୀ କମ୍ ଥିବା ବେଳେ ସରକାରୀ ଅଧିକାରୀ ଅଧିକ ମାତ୍ରାରେ ଯୋଗ ଦେଇଥିଲେ । ପରିଚାଳନା କରୁଥିବା ଅଧିକାରୀ ଙ୍କ କହିବା ଅନୁସାରେ ଚାଷୀ କିଭଳି ମତ୍ସ୍ୟ ଚାଷ ଓ ପ୍ରାଣୀସମ୍ପଦ , ପଶୁ ପାଳନ ଉପରେ ବୁଝି ପାରିବେ ସେନେଇ ସରକାର ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ଅଧିକାରୀ ଚାଷୀ ଙ୍କୁ ଅବଗତ ନ କରି ଏପରି କାର୍ଯ୍ୟକ୍ରମ କରୁଛନ୍ତି ଯାହା ଫଳରେ ମୁଖ୍ୟ ଚାଷୀ ଏହି ବିସୟରେ ଜାଣି ପାରୁ ନାହାନ୍ତି । କିଛି ଚାଷୀ ଙ୍କୁ ଖବର ଦେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି। ଆଖ ପାଖରୁ କିଛି ଚାଷୀଙ୍କୁ ସକାଳ ୮ ଘଣ୍ଟା ସମୟରୁ ଡକା ଯାଇଥିଲା କିନ୍ତୁ କାର୍ଯ୍ୟକ୍ରମ ୧୨ ଘଣ୍ଟା ସମୟରେ ଆରମ୍ଭ ହେଲା। ଖାଲି ସେତିକି ନୁହଁ କାଗଜପତ୍ର ରେ ଦୁଇ ଶହରୁ ଉର୍ଦ୍ଧ ଚାଷି ଆସିଥିବା ଦର୍ଶା ଯାଇଛି କିନ୍ତୁ ମିଳିଥିବା ସୂଚନା ପ୍ରକାରେ ପ୍ରାୟ ୧୫୦ ଜଣକ ପାଇଁ ରସେଇ ହୋଇଥିବା ଜଣାପଡିଛି ତାହାବି ଚାଷୀମାନଙ୍କୁ କିଭଳି ଖାଦ୍ୟ ଦିଆ ହେଲା ତାହା ନ କହିବା ଭଲ। ଏହି କାର୍ଯ୍ୟକ୍ରମ ପାଇଁ ୩ ଲକ୍ଷ ୬୦ ହଜାର ଟଙ୍କା ଆସିଥିବା ବେଳେ ଅନ୍ତତଃ ଚାଷି ଭାଇ ମାନଂକୁ ଭଲ ଖାଦ୍ୟ ଦେଇ ପାରିଥାନ୍ତେ। ଖାଇବା ତ ଦୂରର କଥା ପିଇବା ପାଣିର ମଧ୍ୟ ବ୍ୟବସ୍ଥା କରିନଥିଲେ ଦାୟିତ୍ୱରେ ଥିବା ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ମାନେ। ଏନେଇ ଡ଼ାବୁଗାଁ ରେ ମାଛ ଚାଷ କରୁଥିବା ଚାଷୀଙ୍କ ମନରେ ଅସନ୍ତୋଷ ପାଇଛି । ସୂଚନା ଅନୁସାରେ ପ୍ରାଣୀସମ୍ପଦ ବିଭାଗ କୁ ଉକ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି କିନ୍ତୁ କିଛି ଚାଷୀ ଙ୍କୁ ଡାକି ପ୍ରାଣୀ ବିଷୟରେ କହିବା ତାହା ଚାଷୀ ଙ୍କୁ ଉପହାସ କରିବା ଭଳି ହେଉଛି। ଏହି ମେଳାରେ ଲୋକଙ୍କ ଅଭାବ ଦେଖି କଲେଜ ଛାତ୍ର ଛାତ୍ରୀ ଙ୍କ ଗହଳି ହୋଇଥିଲେ । 

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments (0)
Add Comment