ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଦେବଗଡ଼ (କୋଶଲ ନ୍ୟୁଜ୍):-  ପ୍ରଜ୍ଞାନ ମିଶନ ଓଡ଼ିଶା ଆନୁକୂଲ୍ୟରେ ଦେବଗଡ଼ ଜିଲ୍ଲା ରିଆମାଳ ଉଚ୍ଚ ବିଦ୍ୟାଳୟ ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି । ସର୍ବ ପ୍ରଥମେ ଅତିଥି ଓ ଲଳିତା ଅନନ୍ତ ଋଷିକୂଳ ସଂସ୍କୃତ ବିଦ୍ୟାଳୟ ,ନୂଆପଡ଼ା ଛାତ୍ରୀଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ ମନ୍ତ୍ରପାଠ କରା ଯାଇଥିଲା । ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଘନଶ୍ୟାମ ସାହୁ, ସମ୍ମାନିତ ଅତିଥି ତଥା ବିଚାରକ ରୂପେ ଚକ୍ରଧର ଦାସ,ପ୍ରବୋଧ ଚୈତନ୍ୟ , ଦୂଷ୍ମନ୍ତ ପ୍ରଧାନ ,ଇନ୍ଦ୍ର ଟପୋ, ସସ୍ମିତା ମହରଥା , ରଞ୍ଜିତା ମାଝୀ ମଞ୍ଚାସିନା ରହିଥିଲେ । ଏହି କାର୍ଯ୍ୟକ୍ରମକୁ ତପନ କୁମାର ନାୟକ ପରି ଚାଳନା କରିଥିବା ବେଳେ ବ୍ଲକ୍ ସ୍ତରରୁ ବିଭିନ୍ନ ବିଦ୍ୟାଳୟର ତିନୋଟି ସ୍ତରରେ ୫୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଗ୍ରୁପ୍ A ସ୍ତରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରିଆମାଳ ର ଛାତ୍ରୀ ପ୍ରଥମ ରାଜଲକ୍ଷ୍ମୀ ଦାସ,ଦ୍ଵିତୀୟ ଇତିଶ୍ରୀ ପ୍ରଧାନ,ତୃତୀୟ ଅନ୍ୱେଷା ସାହୁ । ଗ୍ରୁପ୍ B ସ୍ତରରେ PMSRI Govt Academy, ନୂଆପଡ଼ା ଛାତ୍ରୀ ପ୍ରଥମ ସନୟା ସାହୁ ଓ ଦ୍ଵିତୀୟ ରାଜେଶ୍ୱରୀ ବେହେରା ,ତୃତୀୟ ଅଙ୍କିତା ଗଡନାୟକ , ଲଳିତା ଅନନ୍ତ ଋଷିକୁଳ ସଂସ୍କୃତ ବିଦ୍ୟାଳୟ ,ନୂଆପଡ଼ା ।

ଗ୍ରୁପ୍ C ସ୍ତରରେ ପ୍ରଥମ ଅଙ୍କିତା ନାୟକ ଲଳିତା ଅନନ୍ତ ଋଷିକୁଳ ସଂସ୍କୃତ ବିଦ୍ୟାଳୟ , ନୂଆପଡ଼ା ,ଦ୍ଵିତୀୟ ଇମ୍ରାନି ପ୍ରଧାନ PMSRI Govt Academy sendha , ତୃତୀୟ ଲିଶିକା ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟ , ବୁଢାପାଳ ହୋଇଥିଲେ । ସମସ୍ତ କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ରିଆମାଳ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସର୍ବବିଦ୍ୟା ଶକ୍ତିମୟ ପ୍ରଧାନ , ସୂର୍ଯ୍ୟକାନ୍ତ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଦେବଗଡ଼ ଜିଲ୍ଲା ପ୍ରଜ୍ଞାନ ମିଶନ ର କର୍ମକର୍ତ୍ତା ସୁମିତା ପୁରୋହିତ ,ଗାୟତ୍ରୀ ଦ୍ଵିବେଦୀ,ତୁଷାର କାନ୍ତ କପର ଦାର ,ମୋହନ ଜେନା,ନିଶିକାନ୍ତ ପାତ୍ର ,ବିରଞ୍ଚି ପ୍ରଧାନ ,ପ୍ରମୋଦ ପ୍ରଧାନ ,ବିଦ୍ୟାଧର ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ମମତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments (0)
Add Comment