ବାରକୋଟ ବ୍ଲକ୍ ରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ପବିତ୍ର ଜନ ଜାତୀୟ ଗୌରବ ଦିବସ ପାଳନ ଅବସରରେ ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ରେ ୧୨ ଘଟିକା ସମୟରେ ମାଲ୍ୟାପଣ କରାଯାଇଥିଲା।ହୋ ସମାଜ ମାର୍କା ଲାକ୍ରା ନୃପତି ସାମ୍ବାଡ ଏବଂ ଦେବଗଡ ମହିଳା ଜନ କଲ୍ୟାଣ ସଂଗଠନର ଜିଲ୍ଲା ସଂଯୋଜିକା ଗୀତାଞ୍ଜଳୀ ମହାନ୍ତି ଙ୍କ ମିଳିତ ଆନୁକୂଲ୍ୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ରମ୍ଭେଇ ଜିପି ହକିସାହିର ଖେଳ ପଡିଆ ଠାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦେବଗଡ ଜିଲ୍ଲାର ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ବିର୍ସା ମୁଣ୍ଡା ମହତ୍ୱ ବିଷୟରେ ଆଲଚନା କରିବା ସହ ମହିଳା ଜନକଲ୍ୟାଣ ସଂଗଠନ ପକ୍ଷରୁ ପରମ୍ପରା ବିକାଶ ଯାତ୍ରାର ଜ୍ଞାନ ପଡିକୁ ଉନ୍ମୋଚନ କରିଥିଲେ। ଏଥିସହ ସମ୍ମାନିତ ଅତିଥିଭାବେ ଅବସର ମତ୍ସ ବିଭାଗୀୟ ଅଧିକାରୀ ବାରକୋଟର ପଞ୍ଚାନନ ସାହୁ, ହୋ ସମାଜର ବିଭିନ୍ନ ପଦପି ବ୍ୟକ୍ତି ବିଶେଷ ଓ ମହିଳା ସଂଗଠନର କର୍ମୀ ସମସ୍ତ, ପରମ୍ପରା ବୈଦ ସାଧୁ କଣ୍ଢଳ ଗ୍ରାମର ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ବିର୍ସା ମୁଣ୍ଡାଙ୍କ ଅବଦାନ ବିଷୟରେ ଆଲଚନା କରାଯିବା ସହ ଆମ ଆଦିବାସୀ ପରମ୍ପରା ଯାହାକୁ କୁହନ୍ତି ମୂଳନୀବାସୀଙ୍କ ପ୍ରକୃତିକୁ ଯୋଡି ରହିଥିବା ସମସ୍ତ ବିଷୟ ବିଲୁପ୍ତ ହେବରେ ଲାଗୁଛି, ଯାହା ଦେଶର ବିକାଶ ତୋ ହେଉଛି କିନ୍ତୁ ଆଗାମୀ ପିଢ଼ି ପାଇଁ ପ୍ରକୃତି ଯାହା ଆମକୁ ଦେଇଛି ତାହା ରହିବ ନାହିଁ, ତେଣୁ ଆତ୍ମଶକ୍ତି ଟ୍ରସ୍ଟର ସହଯୋଗେ ଦେବଗଡ ଜିଲାରେ ମହିଳା ଜନ କଲ୍ୟାଣ ସଂଗଠନ କାର୍ଯ୍ୟ କରିଆସୁଛି ଏଇ ଆଦିବାସୀ ସଂକୃତି, ପରମ୍ପରା ଖାଦ୍ୟ, ପୋଷାକ, ସ୍ୱାସ୍ଥ୍ୟ, ଜୀବିକା, ଭାଷା କିପରି ଉଦ୍ଧାର ହୋଇ ପାରିବ ବିଭିନ୍ନ ରାଜ୍ୟ ତଥା ଜିଲାରେ କାର୍ଯ୍ୟ କରୁଥିବାବେଳ ସେହି ଜ୍ଞାନକୁ କିପରି ଫେରିପାଇବା ସେ ଉଧେଶ୍ୟ ରେ ଏକ ଜ୍ଞାନ ପେଡି ବିଧାୟକ ଦ୍ୱାରା ଉନ୍ମୋଚନ କରାଯାଇଥିଲା! ଏହି ଜ୍ଞାନ ପେଡିକୁ ପରମ୍ପରା ବାଜା, ନାଚ ସହିତ ଶଗଡ଼ ଗାଡିରେ ସ୍ୱାଗତ କରିଥିଲେ l ଏହି ବିଚାରକୁ ବିର୍ସା ମୁଣ୍ଡା ଜୟନ୍ତୀ ଦିବସରେ ଉନ୍ମୋଚନ କରିବା ଏବଂ ଏହି ପରମ୍ପରା ବିକାଶ ଯାତ୍ରାକୁ ସମର୍ଥ ଦେବାସହ ଏହି ବାର୍ତ୍ତା ସାରା ଦେଶରେ କାର୍ଯ୍ୟକାରି ହେବା ନେଇ ମାନ୍ୟବର ବିଧାୟକ ତଥା ବରିଷ୍ଠ ବ୍ୟକ୍ତି ବିଶେଷ ପ୍ରକାଶ କରିଥିଲେ।

ରିପୋର୍ଟ: ପୁଷ୍ପାଞ୍ଜଳୀ ବେହେରା (ବାରକୋଟ)

Comments (0)
Add Comment