ବାରକୋଟ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା ଅଭିଯାନ‐୨୦୨୫

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ପି. ଏମ. ଶ୍ରୀ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟ ଡଂରା ଠାରେ ବାରକୋଟ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା ଅଭିଯାନ ‐୨୦୨୫ ଶକୁନ୍ତଳା ଟେଟେ. ଅତିରିକ୍ତ ଶିକ୍ଷା ଅଧିକାରିଣୀ. ଦେବଗଡ଼ ତଥା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ,ବାରକୋଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ଯକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୋମାଞ୍ଚ ରଞ୍ଜନ ବିଶ୍ବାଳ ମାନ୍ୟବର ବିଧାୟକ,ଦେବଗଡ଼ ଯୋଗ ଦେଇଥିବା ବେଳେ ବରେଣ୍ୟ ସମ୍ମାନିତ ଅତିଥି ଭାବରେ କ୍ଷୀରୋଦ ବିହାରୀ ସାହୁ. ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ତଥା ଗୋଷ୍ଠୀ ସାଧନା କେନ୍ଦ୍ର ସଂଯୋଜକ ବାରକୋଟ. ବିଜୟ କୁମାର ସାହୁ.ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରକୋଟ ମାଧବ ବିଶ୍ବାଳ‐ ପ୍ରଧାନ ଶିକ୍ଷକ,ପି. ଏମ. ଶ୍ରୀ ପଞ୍ଚାୟତ ସମିତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ଡଂରା. ଇନ୍ଦ୍ରମଣି ସାମଲ. ସରକାରୀ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟ ନଈକୂଳ ବିଜୟନଗର. ଏବଂ ମୁଖ୍ୟ ବକ୍ତା ଭାବେ ବିବେକା ନନ୍ଦ ସାହୁ. ବ୍ଲକ ଟେକନୋଲୋଜି ମ୍ୟାନେଜର (ଆତ୍ମା ) ବାରକୋଟ ଯୋଗଦେଇଥିଲେ । କ୍ଷୀରୋଦ ବିହାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।

ଏହି ବିଜ୍ଞାନ ପ୍ରଦର୍ଶନୀରେ ସିନିୟର ବିଭାଗରେ ୪୯, ଜୁନିୟର ବିଭାଗରେ ୬୮ ଓ ସବ୍ ଜୁନିୟର ବିଭାଗରେ ୨୦ଟି ଏପରି ମୋଟ ୧୩୭ଟି ଷ୍ଟଲରେ ବାଲ୍ ବୈଜ୍ଞାନିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅବସରପ୍ରାପ୍ତ ବରିଷ୍ଟ ବିଜ୍ଞାନ ଶିକ୍ଷକ ଉଦୟ କୁମାର ପ୍ରଧାନ , ଦିଗାମ୍ବର ମିଶ୍ର, ଉଦୀୟମାନ ବିଜ୍ଞାନ ଶିକ୍ଷକ ଆକାଶ କୁମାର ଗଡ଼ନାୟକ. ଗୋପବନ୍ଧୁ ପ୍ରଧାନ,ଯାଦବ ଚନ୍ଦ୍ର ପ୍ରଧାନ . ନକୁଳ ଚନ୍ଦ୍ର ମହନ୍ତ ଓ ସତ୍ୟ ନାରାୟଣ ସାହୁ. ଭାନୁଶଙ୍କର ନନ୍ଦ ବିଚାରକ ଭାବରେ ଯୋଗଦାନ କରି ପ୍ରତି ବିଭାଗ ପାଇଁ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ସିନିୟର ବିଭାଗରେ Food,Health & Hygiene ପାଇଁ ଅମ୍ବିକା ରାଣୀ ନାୟକ(ନବମ ଶ୍ରେଣୀ)ଆବାସିକ ଉଚ୍ଚ ବିଦ୍ୟାଳୟ ନୂଆଗାଁ. ,Sustainable Agriculture ପାଇଁ କ୍ରିଷ୍ଣା ମୁଣ୍ଡା(ନବମ ଶ୍ରେଣୀ) ବସାଲଇ ଉଚ୍ଚ ବିଦ୍ୟାଳୟ,ବସାଲଇ , ) ,Waste management and alternative to plastiପାଇଁ ଆୟୁଷ୍ମାନ ନାୟକ (ସପ୍ତମ ଶ୍ରେଣୀ) ବସୁପାଲି UGUP ବିଦ୍ୟାଳୟ, Green Energy ପାଇଁ ସାଇଶ୍ରୀ ଗଡ଼ନାୟକ (ଦଶମ ଶ୍ରେଣୀ) କଲାଆଦିବାସୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ନଈକୂଳ. ବିଜୟନଗର,Emerging Technologies ପାଇଁ ସୁଧାନନ୍ଦ sahu (ନବମ ଶ୍ରେଣୀ) ଗୌଡ଼ସୁଗୁଡା ଉଚ୍ଚ ବିଦ୍ୟାଳୟ, ,Recreation Mathematical Modelling ପାଇଁ ଗାୟତ୍ରୀ ପଟ୍ଟା (ନବମ ଶ୍ରେଣୀ)ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ. ଦଁରl. Water conservation and management ପାଇଁ ନିଗନ ନାୟକ କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ । କୃତୀତ୍ବ ହାସଲ କରିଥିବାଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ମଞ୍ଛାସିନ ବରଣ୍ୟ ଅତିଥି ଗଣ କୃତିତ୍ୱ ହାସଲ କରିଥିବା ବୈଜ୍ଞାନିକ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରଷ୍କାର ବିତରଣ କରିଥିଲେ । ସମସ୍ତ ବୈଜ୍ଞାନିକ ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ସହ ପୁରଷ୍କାର ବିତରଣ କରିଥିଲେ । ଉକ୍ତ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରୂ ସହଯୋଗ କରିଥିଲେ ନିରଞ୍ଜନ କୁମାର ସାହୁ, ,ପ୍ରଭାତ କୁମାର ପ୍ରଧାନ,ଡିଲେଶ୍ବର ପ୍ରଧାନ,ସୁରେଶ ଚନ୍ଦ୍ର, ସାହୁ,ନିତ୍ୟାନନ୍ଦ ପ୍ରଧାନ,ଶାନ୍ତନୁ ବେହେରା,କୁମୁଦବନ୍ଧୁ ପ୍ରଧାନ,ଅଜୟ ବେହେରା,ଫଗୁ ପାତ୍ର,ବିଜୟ କୁମାର ପ୍ରଧାନ,ଗୌତମ ପ୍ରଧାନ,କାହ୍ନୁଚରଣ ବେହେରା,ସୁଶୀଳ କୁମାର ମିଞ୍ଜ,ପ୍ରମୋଦ ପ୍ରଧାନ,ଧିରେନ କୁମାର ପ୍ରଧାନ,ପ୍ରଦୀପ କୁମାର ପ୍ରଧାନ ତଥା ପି. ଏମ. ଶ୍ରୀ. ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀବୄନ୍ଦ । କାର୍ଯ୍ୟକ୍ରମ ଶେଷରେ ଯଦୁମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment