ମୃତ୍ୟୁ ପରେ ବି ପରିଶୋଧ କଲେ ବ୍ୟାଙ୍କ ଋଣ

ମନୁଷ୍ୟ ନିଜର ବ୍ୟବସାୟ, ଗୃହ ନିର୍ମାଣ, ସ୍ବପ୍ନ ପୂରଣ ଓ ଆବଶ୍ୟକତା କୁ ପୁରଣ କରିବାପାଇଁ ବ୍ୟାଙ୍କ ଋଣ ଉପରେ ନିର୍ଭର କରିଥାନ୍ତି. ବ୍ୟାଙ୍କ ଋଣ ପରିଶୋଧ କରୁକରୁ ହଠାତ ଅକାଳ ରେ ମୃତ୍ୟୁ ହୋଇଥିଲେ ଋଣ ର ଭାର ପଡିଥାଏ ପରିବାର ଉପରେ. ତେବେ କିଛି ଲୋକ ନିଜର ମୃତ୍ୟୁ ପରେ ବି ବ୍ୟାଙ୍କ ଋଣ ପରିଶୋଧ କରି ନିଜ ପରିବାର କୁ ଋଣ ମୁକ୍ତ କରିଛନ୍ତି. ଏମିତି ଏକ ଘଟଣା ନବରଙ୍ଗ ପୁର ଜିଲ୍ଲା ଉମରକୋଟ ର ସରକାରୀ କୃଷିବିଭାଗ ରେ ଏକ ଡ୍ରାଇଭର ଭାବରେ କାର୍ଯ୍ୟରତ ରେ ଥିଲେ ପି. ଏସ. ଲାଲୁ. ନିଜର ଏକ ଘର ତିଆରି ପାଇଁ ଉମରକୋଟ ଷ୍ଟେଟ ବ୍ୟାଙ୍କ ରୁ ୬୫୦୦୦୦ ଟଙ୍କା ଋଣ ନେଇଥିଲେ ତେବେ ଋଣ ନେବା ସମୟରେ ବ୍ୟାଙ୍କ କର୍ମଚାରୀ ଙ୍କ ପରାମର୍ଶ କ୍ରମେ ବ୍ୟାଙ୍କ ଋଣ ସହ ଷ୍ଟେଟ ବ୍ୟାଙ୍କ ର SBI LIFE SMART SODHON PLUS PLAN ର ଗୋଟିଏ ଜୀବନ ବୀମା କରାଇଥିଲେ ଏବଂ ସେ ତାଙ୍କର ନେଇଥିବା ଋଣ ର ୫ମାସ ରେ ମାତ୍ର ୫ ଟି କିସ୍ତି ବାନ୍ଧିଥିବାବେଳେ ହଟାତ ୪୦ ବର୍ଷ ବୟସ ରେ ତାଙ୍କର ଅକାଳ ବିୟୋଗ ହୋଇଥିଲା. ତେବେ ଏନେଇ ପରିବାର ବର୍ଗ ଚିନ୍ତିତ ଥିବାବେଳେ ବ୍ୟାଙ୍କ କର୍ମଚାରୀ ଙ୍କ ପରାମର୍ଶ କ୍ରମେ SBI LIFE SMART SODHON PLUS ଇନ୍ସୁରାନ୍ସ କୁ କ୍ଲାଇମ କରାଯାଇଥିଲା. ବ୍ୟାଙ୍କ ଶାଖା ପ୍ରବନ୍ଧ ଙ୍କ ସହାୟତାରେ ଇନ୍ସୁରାନ୍ସ କ୍ଲାଇମ ପାଇଁ ଆବଶ୍ୟକ କାଗଜ ପତ୍ର ଇନ୍ସୁରାନ୍ସ କମ୍ପାନୀ କୁ ପଠାଯାଇଥିଲା ଏବଂ ଇନ୍ସୁରାନ୍ସ ର ଉତ୍ତରାଧିକାରୀ ଭାବରେ ସ୍ବର୍ଗତ ଲାଲୁ ଙ୍କ ପତ୍ନୀ ପି.ଏସ ଚନ୍ଦ୍ର ଲେଖା ଙ୍କୁ ୮୫୦୦୦୦ ଟଙ୍କା ଜମାଖାତା ରେ ଜମା କରାଯାଇଥିଲା. ଯାହାଫଳରେ ଚନ୍ଦ୍ରଲେଖା ସ୍ୱାମୀ ନେଇଥିବା ବଳକା ବ୍ୟାଙ୍କ ଋଣ କୁ ପରିଶୋଧ କରିଥିଲେ. ସ୍ବର୍ଗତ ପି.ଏସ ଲାଲୁ ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ନିଜ ପରିବାର କୁ ଋଣ ମୁକ୍ତ କରି ମୃତ୍ୟୁ ପରେ ବି ବ୍ୟାଙ୍କ ଋଣ ପରିଶୋଧ କରି ସମାଜ ପ୍ରତି ଏକ ଉଦାହରଣ ସାଜିଛନ୍ତି ବୋଲି ଷ୍ଟେଟବ୍ୟାଙ୍କ ଶାଖା ପ୍ରଭନ୍ଧକ ଶ୍ରୀ ବନବିହାରି ପାତ୍ର କହିଥିଲେ ।

Comments (0)
Add Comment