ଅନୁଗୋଳ(କୋଶଲ ନ୍ୟୁଜ୍):- ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଓ ରେଲୱେ ପୋଲିସ୍ ର ମିଳିତ ଉଦ୍ୟମରେ ଅନଗୋଳ/ ବଇଣ୍ଡା/ତାଳଚେର ରୋଡ ରେଲୱେ ଷ୍ଟେସନମାନଙ୍କରେ ବିଶ୍ୱମାନବ ଚାଲାଣ ନିରୋଧ ଦିବସ ଜୁଲାଇ ୩୦ ଉପଲକ୍ଷେ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି I ଟ୍ରେନ ଯାତ୍ରୀମାନଙ୍କୁ ଶିଶୁ ଚାଲାଣ ରୋକିବା ପାଇଁ କିପରି ପଦକ୍ଷେପ ନିଆଯାଇପାରିବ ସେ ଉପରେ ସଚେତନ କରାଯାଇଥିଲା। ରାଲି, ଲିଫଲେଟ ଓ ବ୍ୟକ୍ତିଗତ ସଚେତନତା ମାଧ୍ୟମରେ ଶିଶୁ ଚାଲାଣ ସମ୍ବନ୍ଧୀୟ ଖବର ପାଇଲେ କି ଟ୍ରେନ ଯାତ୍ରା ସମୟରେ ଦେଖିଲେ ତୁରନ୍ତ ଶିଶୁ ସହାୟତା ନମ୍ବର -୧୦୯୮ ଓ ରେଲ୍ ମଦତ ନମ୍ବର ୧୩୯ ରେ ଯାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ବିଭିନ୍ନ ଟ୍ରେନର ଜେନେରାଲ କୋଚ ରେ ଯାଞ୍ଚ କରାଯାଇ ଶିଶୁ ଚାଲାଣ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଓ ତାଳଚେର ରୋଡ ରେଳ ସୁରକ୍ଷା ବଳ ତରଫରୁ ଶଙ୍କର୍ଷଣ ମହାରଣା ସୁଦାମ ଷେଣ୍ଢରିଆ, ବଇଣ୍ଡା ରେଳ ଷ୍ଟେସନ ଠାରେ ସରୋଜ କୁମାର ଦିଗଲ ପ୍ରମୁଖ ସହଯୋଗ କରିଥିଲେ ।
ବିଶ୍ୱ ଯୁବ କେନ୍ଦ୍ର ର ସଂଯୋଜିକା ପୂଜା ସ୍ୱାଇଁ ଙ୍କ ନେତୃତ୍ୱ ରେ ପ୍ରକଳ୍ପ ସହାୟକ ଅଭୟ ସ୍ୱାଇଁ, ପପି ଦେହୁରୀ, ଡିପି ଦେହୁରୀ, ସୋନାଲିସା ଶବର, ଲଷ୍ମୀ ବେହେରା, ସୁନିତା ମାଝୀ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର କିସାନ ଓ ଜ୍ୟୋସ୍ମିତା ପ୍ରଧାନ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।