ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଓ୍ବାର୍କର୍ସ ଆସୋସିଏସନ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ଦେବଗଡ଼(କୋଶଲ ନ୍ୟୁଜ୍):- ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ୍ ପକ୍ଷରୁ ଦେବଗଡ଼ ଜିଲ୍ଲା ରେ ନୂତନ କର୍ମକର୍ତ୍ତା ଚୟନ ଘୋଷଣା କରାଯାଇଛି। ଆଜି ଦେବଗଡ଼ ଜିଲ୍ଲାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦେବଗଡ଼ ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସମ୍ମିଳନୀ ସ୍ଥାୟୀ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁବାଳା ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ୍ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ କୁଞ୍ଜଲତା ଦାଶ ସମ୍ମାନୀତ ଅତିଥି ଭାବେ ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ସମ୍ପାଦିକା ଶ୍ରୀମତୀ ମମତା ପଟେଲ ଓ ଦେବଗଡ଼ ଜିଲ୍ଲା ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲାରେ ଥିବା ପୂର୍ବ କମିଟୀକୁ ଭାଙ୍ଗି ଆଜି ନୂତନ କର୍ମକର୍ତ୍ତା ଚୟନ ଘୋଷଣା କରାଯାଇଛି । ବର୍ତ୍ତମାନ ନୂତନ କର୍ମକର୍ତ୍ତା ମାନେ ହେଲେ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଓ୍ବାର୍କର ଆସୋସିଏସନ୍ ସଭାନେତ୍ରୀ ଅଞ୍ଜଳୀ ମୁଣ୍ଡା, ଉପସଭାପତି ସ୍ମିତାରାଣୀ ପାତ୍ର, ସମ୍ପାଦିକା ଭାବେ ନେତ୍ରମଣୀ ବେହେରା, ସେହିଭଳି ସହ ସମ୍ପାଦିକା ଭାବେ ମଞ୍ଜୁଳା ସାହୁ, ଦେବଗଡ଼ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ସଞ୍ଜୁକ୍ତା ସାହୁ ଦାୟିତ୍ବରେ ରହିଥିବା ବେଳେ ସଙ୍ଗଠନ ସମ୍ପାଦିକା ଭାବେ ନଳିନୀ ନନ୍ଦ ଙ୍କୁ ଦାୟିତ୍ବ ଦିଆଯାଇଛି ଜିଲା ସମ୍ମିଳନୀ ସ୍ଥାୟୀ ସଭାନେତ୍ରୀ ଭାବେ ମଞ୍ଜୁବାଳା ଜେନା ଦାୟିତ୍ବ ତୁଲାଇବା ପାଇଁ ନିଷ୍ପତ୍ତି ଦିଆଯାଇଛି। କାର୍ଯ୍ୟକ୍ରମ ଶେଷରେ ନଳିନୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment