ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଦେବଗଡ (କୋଶଲ ନ୍ୟୁଜ୍):- ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଦିବା ୧୧ ଟା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଙ୍କ ସଚେତନତା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ପରେ ପରେ ଅପରାହ୍ନ ରେ ଜ଼ିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ଯୋଗେଶ ପ୍ରସାଦ ପଟେଲଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଓ ବରଣ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ ଓ ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ ଯୋଗଦେଇ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ । ସମସ୍ତେ ପ୍ରତ୍ୟେକ କ୍ଷେତ୍ରର ପାରଦର୍ଶିତା ରଖିବା ସହ ନିରନ୍ତର ପୂର୍ବକ ଭଷ୍ଠାଚାର ମୂଳତପାଟନ ଗୁରୁତ୍ବପୂର୍ଣ୍ଣ ଭୂମିକା ବୋଲି କାର୍ଯ୍ୟ ଜ଼ିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ।ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଶପଥ ପାଠ କରାଇଥିଲେ । ବରିଷ୍ଠ ନାଗରିକ ହେମନ୍ତ ମହାପାତ୍ର ଓ ସାମ୍ୱାଦିକ ମିତ୍ରଭାନୁ ମହାପାତ୍ର ଦୁର୍ନୀତି ନିବାରଣ ସପ୍ତାହ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ଓଡ଼ିଆ ବକୃତା , ଇଂରାଜୀ ବକ୍ତୃତା , ଜଣା ଅଜଣା,ସ୍ଲୋଗାନ ଓ କାର୍ଟୁନ୍ ପ୍ରତିଯୋଗିତା ହୋଇଥିଲା ।

ବକୃତା ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟର ମାନସ୍ଵି ପ୍ରଧାନ ପ୍ରଥମ ,ଟାଉନ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ହସ୍ତୀ ଦ୍ୱିତୀୟ ,ଚିନ୍ମୟୀ ପ୍ରଧାନ ତୃତୀୟ,କାର୍ଟୁନ୍ କମ୍ କେପସନ୍ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ପାତ୍ର ପ୍ରଥମ, ଜଣା ଅଜଣା ପ୍ରତିଯୋଗିତାରେ ସ୍ୱାସଲିକା ପ୍ରଧାନ ପ୍ରଥମ ,ସ୍ଲୋଗାନ ପ୍ରତିଯୋଗିତାରେ ଟାଉନ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ହସ୍ତୀ ପ୍ରଥମ ,ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗିତାରେ ରିଆମାଳ ଉଚ୍ଚ ବିଦ୍ୟାଳୟ ର ସୋନାଲି ନାୟକ ପ୍ରଥମ , ଜୁଲି ମାଝି ଦ୍ୱିତୀୟ ,ଚିନ୍ମୟ ବସନ୍ତରା ତୃତୀୟ ,ଇଂରାଜୀ ବକୃତା ପ୍ରତିଯୋଗିତାରେ ଓ ଏ ଭି ବୁଢ଼ାପାଳ ର ଏଶ୍ଚୟା ପ୍ରଧାନ ପ୍ରଥମ ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଳସମା ର ମାମନ୍ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବୈଠକରେ ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥୀ, ନିରଞ୍ଜନ ଦ୍ବିବେଦୀ,ରାମଚନ୍ଦ୍ର ମହାପାତ୍ର,ପ୍ରଫୁଲ ମହାପାତ୍ର ,ଗୌର ହରି ଷଡଙ୍ଗୀ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୁମିତ୍ରା ପୁରୋହିତ , ଅଧ୍ୟାପକ ଚିତ୍ତରଞ୍ଜନ ଦାସ ,ଜ଼ିଲ୍ଲାସ୍ତରୀୟ ଅଧିକାରୀ, ସାମ୍ବାଦିକ,ଅଧ୍ୟାପକ ,ଅଧ୍ୟାପିକା ,ପ୍ରଧାନ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲl ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments (0)
Add Comment