ଅନ୍ଧ ବିଶ୍ବାସ ର ଅନ୍ତ ଘଟୁଛି ବେଲାଦୁଲା ଗ୍ରାମରୁ ।ଅନୁଗୋଳ ଆଠମଲ୍ଲିକ ବେଲାଦୁଲ୍ଲାରେ ଦୀର୍ଘ ୨୦୦ ବର୍ଷ ହେଲାଣି କେହି ଛାତ ପକାଇବାକୁ ସାହସ କରିନଥିଲେ ଏହି ଗାଁ ରେ । ଗାଁ ର ଶିକ୍ଷିତ ଯୁବକଙ୍କ ଉଦ୍ୟମରେ ଲୋକଙ୍କୁ ନେଇ ବାରମ୍ବାର ସଭା ସେମିତି ଆୟଜନ କରିବା ଫଳରେ କିଛି ଲୋକ ରାଜି ହୋଇଥିଲେ । ଏନେଇ ସାମାଜିକ କର୍ମୀ ପ୍ରତାପ ମେହେର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କୁ ଟୁଇଟ କରି ଜଣାଇଥିଲେ । ପରିବାର ରୁ ୭୦ ପରିବାର ମିଶି ପ୍ରଥମେ ବ୍ଲକ୍ ପ୍ରଶାସନ ର ସହାୟତ ରେ ଗାଁ ର ଗୋଷ୍ଠୀ କେନ୍ଦ୍ର ରେ ଛାତ ପଡ଼ିଥିଲା । ଆଜି ପ୍ରତାପ ମେହେର ନିଜ ଘର ଛାତ ପକାଇଲେତାପରେ ଗାଁ ରେ ସମସ୍ତେ ଛାତ ପକେଇବେ ବୋଲି କହିଛନ୍ତି ଗ୍ରାମବାସୀ