ଦେବଗଡ (କୋଶଲ ନ୍ୟୁଜ୍):- ଦେବଗଡ଼ ସହର ଏକ ବ୍ୟବସାୟର କେନ୍ଦ୍ରସ୍ଥଳ ଅଟେ । ତେଣୁ ଏଠାକାର ବ୍ୟବସାୟୀ ଭାଇମାନଙ୍କର ବ୍ୟବସାୟ ଅଧୂକରୁ ଅଧିକ ଉନ୍ନତି ପାଇଁ ଶୁଭ ଲାଭ ଉଦ୍ଦେଶ୍ୟରେ ଗଣେଶ ଆରାଧନା ମୁଖ୍ୟ ପର୍ବ ଅଟେ । ଦେବଗଡ ଗଣେଶ ପୂଜା ଓଡିଶା ପ୍ରସିଦ୍ଧ ଗଣେଶ ପୂଜା । ତେଣୁ ଅଧିକରୁ ଅଧିକ ସାଜସଜା, ଆକର୍ଷଣୀୟ ମୂର୍ତ୍ତି ଏବଂ ବିସର୍ଜନ ସମ୍ବନ୍ଧୀୟ ପ୍ରସ୍ତୁତି ପାଇଁ ସହରର ମୁଖ୍ୟ ବଜାର ଫାଟକ ଗେଟ”ଦେବଗଡ଼”ବ୍ୟବସାୟ ସଂଘ ତରଫରୁ ଆଜି ସ୍ଥାନୀୟ “ସଂସ୍କୃତି ଭବନ ଦେବଗଡ଼ ଟାଉନ ଠାରେ ଗଣେଶ ପୂଜା କମିଟିର ସଭାପତି ଉମାଶଙ୍କର ସାହୁ ଅଧୀନତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ କମିଟିର ସଭାପତି ସର୍ବସମ୍ମୁଖରେ ଚଳିତ ବର୍ଷର ସମ୍ପୂର୍ଣ ହିସାବ ଲିଖୁତ ଆକାରରେ ଉପସ୍ଥାପନା କରିଥିଲେ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ଗଜାନନ ମୂର୍ତ୍ତି ସାଙ୍ଗକୁ ମୁଖ୍ୟ ଆକର୍ଷଣ ସାଜିବ ଡିଜିଟାଲ ଆଲୋକ ତୋରଣ । ଏବଂ ଚଳିତ ବର୍ଷ ଏକ କ୍ରିଣ୍ଟ୍ରାଲ ଓଜନର ସମ୍ପୂର୍ଣ ସୁଧ ଘିଅରେ ପ୍ରସ୍ତୁତ ଲଡୁ।
ଗଜାନନଙ୍କ ପାଖରେ ଅର୍ପଣ କରାଯାଇ ସେହି ଭୋଗ ଲଡୁକୁ ଭକ୍ତି ଙ୍କ ସର୍ବସମ୍ମୁଖରେ ନିଲାମ କରାଯିବ ବୋଲି ସଭାପତି ବଜାର କମିଟି ତରଫରୁ ଘୋଷଣା କରିଥିଲେ । ତତ ସଙ୍ଗେ ସଙ୍ଗେ ପୂଜାରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖୁଆଗରେ ରଖ୍ ଭକ୍ତିକ ପାଇଁ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ପରିବେଶ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ । ଏହି ବୈଠକରେ ସଭାପତି ଶୁଶିଲ କୁମାର ଭୋଇ ଚଳିତ ବର୍ଷ ସାର୍ବଜନୀନ ଗଣେଶ ପୂଜା ସଭାପତି ରୂପେ ମନୋନୀତ କରାଗଲା। ଏବଂ ସମ୍ପାଦକ ଭାବେ କ୍ଷୀରୋଦ ବିହାରୀ ପ୍ରଧାନ ଓ କୋଷାଧକ୍ଷ ଦାୟିତ୍ବରେ ଜନ୍ମାଜୟ ନାୟକଙ୍କୁ ମନୋନୀତ କରାଗଲା।
ଗତ ବର୍ଷ ପୂଜାରେ ଅତି ଉନ୍ନତ ମାନର ସାଜସଜା ସାଙ୍ଗକୁ, ସାଂସ୍କୃତିକ ପ୍ରୋଗ୍ରାମ ଏବଂ ବିସର୍ଜନ ସାଜସଜାରେ ପ୍ରଥମ ସ୍ଥାନ ହୋଇଥିବାରୁ କମିଟିର ସମସ୍ତ ସଦସ୍ୟ ସଭାପତି, ସମ୍ପାଦକ ଏବଂ କୋଷାଧକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ : ଦେବାନନ୍ଦ ନାୟକ (ଦେବଗଡ଼)