ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

ଦେବଗଡ଼(କୋଶଲ ନ୍ୟୁଜ୍):- ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ସଂଘ ପକ୍ଷରୁ ସମଗ୍ର ଭାରତର ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାଙ୍କର ନ୍ୟାୟସଙ୍ଗତ ଦାବି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ସଂଘ, ଦେବଗଡ଼ ଶାଖା ସଭାନେତ୍ରୀ ଅଞ୍ଜଳି ମୁଣ୍ଡା ଓ ସମ୍ପାଦିକା ନେତ୍ରମଣି ବେହେରା କୋଷାଧ୍ୟକ୍ଷ ସଂଯୁକ୍ତା ସାହୁଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦେବଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରରେ ଆଇସିଡିଏସ୍ ଯୋଜନାର ନାମ ଉଚ୍ଛେଦ କରାଯିବ ସହ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମାସିକ ୯ହଜାର ଟଙ୍କା ଦରମା ପ୍ରଦାନ, ଅବସର ପରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ବର୍ଷକୁ ୧୦ ଲକ୍ଷ ଟଙ୍କା ଏବଂ ସହାୟିକା ମାନଙ୍କୁ ଏକ କାଳୀନ ୫ଲକ୍ଷ ଟଙ୍କା ସହ ପେନସନ ପ୍ରଦାନ, ପୋଷଣ ଟ୍ରେକର ରେ ସମସ୍ତ ସମସ୍ୟାର ସମାଧାନ, ପୁଷ୍ଟି ଓ ଶିକ୍ଷା ଆଦି ନୂତନ ଶିକ୍ଷ୍ୟା ନୀତି ଅଧୀନରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସାମିଲ କରିବା ସହ ଯୋଗ୍ୟତା ଆଧାରରେ ଶିକ୍ଷୟତ୍ରି ର ମାନ୍ୟତା ସହିତ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏବଂ ଉଭୟ ଅଙ୍ଗନୱାଡ଼ି କର୍ମୀ, ସହାୟିକା ମାନଙ୍କ ପାଇଁ ସମାନ ଡ୍ରେସ୍ କୋଡ଼ ଲାଗୁ କରାଯିବା ନେଇ ଆଦି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି।

Comments (0)
Add Comment