ତୁମୁଡିବନ୍ଧ (କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପଡିଆ ରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ରଙ୍କ ନିର୍ଦ୍ଧେଶ କ୍ରମେ ଓଡିଶା ର ସମସ୍ତ ବ୍ଲକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ – କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମଧ୍ୟ୍ୟ ଏହି ମେଳା ଅନୁଷ୍ଠିତ ହୋଇଛି । ଆଜି ତୁମୁଡିବନ୍ଧ ବ୍ଲକ ପ୍ରାଣୀ ଚିକିତ୍ସାଳୟ ପରିସରରେ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦ୍ଵାରା ଚାଷୀ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନାର ୧୨ ଟି ଷ୍ଟଲ ମାନ ବସିଥିବା ଦେଖିବାକୁ ମିଳିଛି ।
ଆବାହକ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ଅଙ୍ଗଦ କୁମାର ଏହି ମେଳା କୁ ପରିଚାଳନା କରିଥିଲେ । ସଂମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷl ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ନବୀନ ପାତ୍ର, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଗୋଷ୍ଠି ଉହ୍ନୟନ ଅଧିକାରୀ ବନବିହାରୀ ହରପାଲ, ମୁଖ୍ୟବକ୍ତା ଭାବେ ବାଲିଗୁଡା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଲୋମ୍ବୋଦର ମହାପାତ୍ର ମଞ୍ଚ ଉପରେ ଉପସ୍ଥିତ ରହି ଏହି ମେଳା ରେ ଯୋଗ ଦେଇଥିବା ପଶୁ ପକ୍ଷୀ ପାଳନ କରୁଥିବା ଚାଷୀ ମାନଙ୍କୁ କିପରି ଗୃହପାଳିତ ପଶୁ ପକ୍ଷୀ ଙ୍କୁ ପାଳନ କରିବ ଏବଂ କେଉଁ ସମୟରେ କେଉଁ ଟୀକା କାରଣ କରାଯିବ ଏହା ଉପରେ ବିଶୃତ ଭାବେ ବୁଝାଇଥିଲେ ଅତିଥି ମାନଙ୍କୁ କୁଟିଆ କନ୍ଧ ମାନଙ୍କ ନାଚ,ଗୀତ, ବାଦ୍ୟ ମାଧ୍ୟମରେ ରେ ସ୍ବାଗତଂ ସମ୍ବର୍ଦ୍ଧନା କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଏହି ମେଳାରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଯୋଜନା ବିଷୟରେ ଚାଷୀଙ୍କୁ ସୂଚନା ଦିଆଯାଇଥିଲା। ରାଜ୍ୟ ସରକାର ଙ୍କର ବିଭିନ୍ନ ଜନ ହୀତ କାରି ଯୋଜନା ମଧ୍ୟରୁ ଏହା ଏକ ଯୋଜନା ତେଣୁ, ଗାଈ, ଛେଳି, କୁକୁଡ଼ା, ମାଛ ଚାଷ କରି ଚାଷୀ କିପରି ଅଧିକ ରୁ ଅଧିକ ଲାଭ ଉଠେଇ ପାରିବେ ସେ ଉପରେ ଆସିଥିବା ଚାଷୀ ମାନଙ୍କୁ ସୁନ୍ଦର ଉପଦେଶ ଦେଇଥିଲେ ଅତିଥି ବୃନ୍ଦ । ରିପୋର୍ଟ : ପ୍ରବୀଣ କୁମାର ପଟ୍ଟନାୟକ