୨ ନାବାଳିକାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ


ମାଲକାନଗିରି (କୋଶଲ ନ୍ୟୁଜ୍):- ନିଖୋଜ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। କାଲିମେଳା ଥାନା ଏମଭି ୪୧ ଗାଁ ନିକଟ ଜଙ୍ଗଲରୁ ଏହି ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ଏକ ଗଛରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଅଣିଥିବାବେଳେ ପୁଲିସର ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ୱୟ ଏମଭି ୭୨ ପ୍ରାଥମିକ ନୋଡାଲ ବିଦ୍ୟାଳୟ ଛାତ୍ରୀ ବୋଲି ସୂଚନା ମିଳିଛି।

Comments (0)
Add Comment