ଦେବଗଡ଼ (କୋଶଲ ନ୍ୟୁଜ୍):- ଅତିରିକ୍ତ ଜ଼ିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ୧୫ ତମ ଜ଼ିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ କୁ ଜାନୁଆରୀ ୨୫ ରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ ଆଗାମୀ ୧୫ ତମ ଜାତୀୟ ଭୋଟର ଦିବସ କୁ ସରସ ସୁନ୍ଦର ରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଦେବଗଡ଼ ମହାବିଦ୍ୟାଳୟ ଠାରେ ଜାନୁଆରୀ ୧୬ ତାରିଖ ଦିନ ବକ୍ତୃତା, ପ୍ରବନ୍ଧ ଓ ସ୍ଲୋଗାନ ପ୍ରତିଯୋଗିତା କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି ଓ ଜାନୁଆରୀ ୨୫ ତାରିଖ ଦିନ ସକାଳ ୮ ଘଟିକା ସମୟରେ ଉପ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ର ରାଲି ବାହାରି ସହର ପରିକ୍ରମା କରି ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପହଁଚିବା ପରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ବୈଠକରେ ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଇଲେକ୍ସନ ମମତାଜ ମହାରଣା, ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତ, ଗୋଷ୍ଠି ଉନ୍ନୟନ ଅଧିକାରୀ ତିଲେଇବଣି ସୂର୍ଯ୍ୟକାନ୍ତ ବରିହା, ଗୋଷ୍ଠି ଉନ୍ନୟନ ଅଧିକାରୀ ରିଆମାଳ ଉଗ୍ରେସନ ଓରାମ, ସହକାରୀ ଜ଼ିଲ୍ଲାପାଳ ସୁଶ୍ରୀ ରେଖା ମହନ୍ତ, ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ବିଜୟ କୁମାର ମହାରଣା, ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଧୀରେନ୍ଦ୍ର ନାଗ, ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକ୍ରମ କେଶରୀ ନାଏକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଇଲେକ୍ସନ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।