ମଙ୍ଗଳରେ ଅବତରଣ କଲା ଚୀନ୍‌ର ‘ଜୁରୋଙ୍ଗ୍‌’

ବେଜିଂ: ଚୀନର ମଙ୍ଗଳ ଅଭିଯାନ ସଫଳ ହୋଇଛି। ମଙ୍ଗଳ ଗ୍ରହ ପୃଷ୍ଠରେ ଚୀନ୍‌ର ମହାକାଶଯାନ ରୋଭର ‘ଜୁରୋଙ୍ଗ’ ଅବତରଣ କରିଛି। ଏଥିପାଇଁ ଏହା ଦୀର୍ଘ ୭ ମାସର ଯାତ୍ରା, ତିନି ମାସ ଧରି କକ୍ଷପଥରେ ପରିକ୍ରମଣ ଓ ଅନ୍ତିମ ୭ ମିନିଟର କଠିନ ସମୟ ଅତିକ୍ରମ କରିଛି। ‘ଚାଇନା ନ୍ୟାସ୍‌ନାଲ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।ଏହା ମାଧ୍ୟମରେ ଚୀନ ମଙ୍ଗଳ ଗ୍ରହ ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ଯୋଜନା‌ ରଖିଛି। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌, ଭାରତ ଏ କ୍ଷେତ୍ରରେ ସଫଳ ହୋଇଛନ୍ତି। ନିକଟରେ ନାସା ମଙ୍ଗଳରେ ହେଲିକ୍ପଟର ଉଡ଼ାଇବା ସହ ଅମ୍ଳଜାନ ଉତ୍ପାଦନ କରି ଇତିହାସ ରଚିଛି।

Comments (0)
Add Comment