ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ବଡ ଘୋଷଣା, ଜାଣନ୍ତୁ କ’ଣ

 

ନୂଆଦିଲ୍ଲୀ, ୧ା୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଡ ସଂସ୍କାର ଅଣାଯାଇଛି । ବରିଷ୍ଠ ନାଗରିକ ଆଇଟି ରିଟର୍ଣ୍ଣ ଫାଇଲ କରିବେ ନାହିଁ । ୬ ବର୍ଷରୁ ୩ ବର୍ଷକୁ ଖସିଛି ରି- ଓପନିଂ । ବଜେଟରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସମ୍ପୂର୍ଣ୍ଣ ଛାଡ କରାଯିବ ବୋଲି ଘୋଷଣା କରାଯାଇଛି । ପେନସନ୍ ଓ ସୁଧରୁ ମିଳୁଥିବା ଆୟ ଉପରେ କର ଛାଡ ହୋଇଛି । ପେନସନ ପାଉଥିଲେ ସେମାନଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ । ବରିଷ୍ଠ ପେନସନଭୋଗୀଙ୍କୁ ଆୟକର ରିଟର୍ଣ୍ଣ ଭରିବାକୁ ପଡିବନାହିଁ । ଫେସଲେସ୍ ବିବାଦ ସମାଧାନ ଲାଗି ଏହି ବ୍ୟବସ୍ଥା ହୋଇଛି ।

Comments (0)
Add Comment