ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ହେବେ ପାସ୍‌

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଛାତ୍ରଛାତ୍ରୀ ହେବେ ପାସ୍‌। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପରୀକ୍ଷା ନକରାଇ କ୍ଲାସ ପ୍ରମୋସନ କରାଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ କି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।ବିଧିବଦ୍ଧ ନିଷ୍ପତ୍ତି ହୋଇ ନଥିଲେ ବି ବର୍ତ୍ତମାନ ପାଇଁ ଏହା ହିଁ ସ୍ଥିର ହୋଇଛି। କରୋନା ମହାମାରୀ ପାଇଁ ଚଳିତ ବର୍ଷ କୌଣସି କ୍ଲାସ୍ ହୋଇ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲରେ ବି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ନାହିଁ। ଜୁନ୍ ମାସରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି ନବମ ଶ୍ରେଣୀ ପିଲାଙ୍କ କ୍ଲାସ ଚାଲିଥିବାରୁ ସେମାନଙ୍କ ପରୀକ୍ଷା ଅଫଲାଇନରେ କରାଯିବ।ରାଜ୍ୟରେ କରୋନା ମିଟର ତଳକୁ ଖସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଥିଲା। ହେଲେ ଏବେ କରୋନା ବଢ଼ିଛି। ଏଭଳି ସ୍ଥିତି ପିଲାଙ୍କୁ ସ୍କୁଲ ଆଣିବା ସୁରକ୍ଷିତ ମନେ ହେଉନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments (0)
Add Comment