କୋଶଲି ଭାଷା ସଂଗ୍ରାମୀ ୰ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

କୋଶଲ ନ୍ୟୁଜ : ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଵ୍ଳକ ପୁସ୍ତମ ଯୁଆଡି କୋଶଲି କବି ତଥା ଭାଷା ସଂଗ୍ରାମୀ ୰ଚତୁର୍ଭୁଜ ସାଆନ୍ତଙ୍କର ବିୟୋଗରେ ”ବଏଠା ସାଂସ୍କୃତିକ ଆନୁଷ୍ଠାନ ମୁରିବାହାଲ ”ତରଫରୁ ଗତ ୪ ତାରିଖରେ ଗୁଗୁଲ ମିଟ୍ ଅନଲାଇନ ମାଧ୍ୟମରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି । କବି ୰ଚତୁର୍ଭୁଜ ସାଆନ୍ତ କୋଶଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପାଇବା ଦିଗରେ ଅନବରତ ଚେଷ୍ଟା କରୁଥିଲେ। କବିତା ସଙ୍କଳନ “ଦଲଦଲି ଓ ଧରସା” ହେଉଛି ସ୍ବର୍ଗତ କବିଙ୍କର ଦୁଇଟି ଅନବଦ୍ୟ କୃତୀ । ଏହା ସହିତ ସେ କୋଶଲି ଭାଷା ଓ ସଂସ୍କୃତି ଉପରେ ଗବେଷଣାମୂଳକ କାର୍ଯ୍ୟଗୁଡିକ କରି ଆସୁଥିଲେ ।


ଅନୁଷ୍ଠାନର ସଭାପତି ଅଶୋକ କୁମାର ତରିଆଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାକୁ ସଂଯୋଜନା କରିଥିଲେ କବି ଲିଲୁ ମୋହନ ପଧାନ । କବିଙ୍କର ଫଟୋରେ ମାଲ୍ୟର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କ୍ରୀଡ଼ାବିତ ତଥା ଭାଷାପ୍ରେମୀ ଶ୍ରୀପତି ଷାଣ୍ଢ । ଏହି ସଭାରେ ସ୍ବର୍ଗତ କବିଙ୍କର ସାହିତ୍ୟ କୃତି ଓ କୋଶଲି ଭାଷା ପ୍ରତି ତାଙ୍କର ଅବଦାନକୁ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଅଧ୍ୟାପକ ତଥା କବି ଦିଲ୍ଲୀପ କୁମାର ପସାୟତ,କବି ମଧୁସୂଦନ ମହାନନ୍ଦ, କବି ତରୁଣ ସିଂ ଦୀପ,କବି ନରସିଂହ ସାହୁ,କବି ପୁସ୍ତମ୍ ଯୁଆଡ଼ି ,କବି ଯଶୋବନ୍ତ ସାହୁ ଓ କବି ମହେଶ୍ୱର ପଧାନ । ସଭାକାର୍ଯ୍ୟକୁ ସହଯୋଗ କରିଥିଲେ ବଏଠା ଅନୁଷ୍ଠାନର ଜନାର୍ଦ୍ଦନ ବଗର୍ତ୍ତି, ଦିନେଶ କୁମାର ହଂସ, ଓ ବଜରଙ୍ଗ ଷାଣ୍ଢ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ମଧୁସୂଦନ ନାଗ ।

Comments
Loading...