କୋରନା ରୁ ମୁକ୍ତି ପାଇଁ ମାଁ ତାରିଣୀ ମନ୍ଦିରେ ଜଳିଲା ଅଖଣ୍ଡ ଦୀପ

ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):-କୋରନା ରୁ ମୁକ୍ତି ପାଇଁ ମାଁ ତାରିଣୀ ମନ୍ଦିରେ ଜାଳିଲେ ଅଖଣ୍ଡ ଦୀପ ।ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ତାରିଣୀ ମନ୍ଦିରର ରେ ଗ୍ରାମ ର ଉନ୍ନତି ତଥା ମଙ୍ଗଳ ପାଇଁ ଆଜି ଅଖଣ୍ଡ ଦୀପ ଲାଗିଲା ।କୋରନା ର ପ୍ରକୋପରୁ ଡାବୁଗାଁ ବାସୀ ଙ୍କୁ କେବଳ ମାଁ ହିଁ ରକ୍ଷା କରି ପାରିବେ ବୋଲି ତାରିଣୀ ଭକ୍ତଙ୍କ ବିଶ୍ୱାସ ,ଯାହାବି ହେଉ ଏଭଳି ପରିସ୍ଥିତିରେ ମାଁଙ୍କ ଛତ୍ରଛାୟା ର ଆବଶ୍ୟକତା ରହିଛି ବୋଲି ଭକ୍ତ ଙ୍କ ବିଶ୍ବାସ । କାରଣ କିଛିଦିନ ହେବ ଡାବୁଗାଁ ଅଞ୍ଚଳରେ କୋରନା ଯୋଗୁଁ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ପ୍ରତିଦିନ କରନା ରାଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଡାବୁଗାଁ ଅଞ୍ଚଳରେ।ଏବେ କେବଳ ମାଁ ହିଁ ସାହା ଭରସା ବୋଲି ମାଁ ତାରିଣୀ ଭକ୍ତଙ୍କ ଅତୁଟ ବିଶ୍ୱାସ । ମାଁ ପ୍ରତି ଥିବା ସମର୍ପିତ ଭାବେ ଆମକୁ କରନା ମୁକାବିଲା ପାଇଁ ଏକ ପ୍ରକାର ଆଧ୍ୟାତ୍ମିକ ଶକ୍ତି ଯୋଗାଉଛି ବୋଲି ଭକ୍ତମାନେ ଦୃଢକ୍ତି ପ୍ରକାଶ କରିଛନ୍ତି । ତାରିଣୀ ଭକ୍ତ ତଥା,ତାରିଣୀ ମନ୍ଦିରର ପ୍ରତିଷ୍ଠାତା ଦାମଧର ପାତ୍ର(ବଡ଼ବାବୁ) ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ଗାଁ ତଥା ପରିବାର ର ମଙ୍ଗଳ ପାଇଁ ମାଁଙ୍କ ଉଦେଶ୍ୟ ରେ ସମସ୍ତେ ଗୋଟିଏ ଗୋଟିଏ ପ୍ରଦୀପ ପ୍ରଜ୍ବଳନ କରନ୍ତୁ। ଆଜି ଯେଉଁ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି ,ଏହାକୁ ହିନ୍ଦୁ ମହାସଂଘର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ପୂଜକ ଗବିନ୍ଦ ପଣ୍ଡା ସମେତ ଅଧିକାଂଶ ଗ୍ରାମ ବାସୀ ସ୍ବାଗତ ଜଣାଇବା ସହ ଗ୍ରାମ ପାଇଁ ଏହା ଏକ ଶୁଭ ସଙ୍କେତ ବଲି ମତବ୍ୟକ୍ତ କରୁଛନ୍ତି

Comments
Loading...