କରୋନା ମହାମାରୀ ଦ୍ଵିତୀୟ ଲହରର ପ୍ରକୋପ ଦିନକୁ ଦିନ ବୃଦ୍ଧି ଲାଗି ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ତତ ସଙ୍ଗେ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ଏଣୁ କାଳ ବିଳମ୍ବ ନକରି ତଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଆଜି ଭା.ଜ.ପା ଜିଲ୍ଲା ସଭାପତି ତଥା ମାନ୍ୟବର ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଜୀଙ୍କ ପ୍ରୟାସ କ୍ରମେ ଏମସିଏଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ଲେଫ୍ରିପଡ଼ା ବ୍ଲକ, ତହସିଲ ଅଫିସ, ଥାନା, ବିଭିନ୍ନ ବିଭାଗର କାର୍ଯ୍ୟ।ଳୟ , ସମସ୍ତ ଶିକ୍ଷାନୁଷ୍ଠାନ, ବସଷ୍ଟାଣ୍ଡ ସମେତ ଗ୍ରାମର ମୂଖ୍ୟ ରାସ୍ତା ସହ ବସ୍ତି ଓ ପଡ଼। ଅଞ୍ଚଳକୁ ବିଶୋଧନ କରାଗଲା ।।

ଏହି ପରିପ୍ରେକ୍ଷୀରେ ଭା.ଜ.ପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଅଜୟ ପଟେଲ, ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ କୌତୁକ ଚୌଧୁରୀ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ଉଦିତ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ତଥା ବିଧାୟିକାଙ୍କ ଟାଙ୍ଗରପାଲି ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଅସୀମ ପଟେଲ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ତଥା ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିମଲ ପଟେଲ, ଲେଫ୍ରିପଡ଼ା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କ୍ଷୀରୋଦ ସାହୁ, ବାଲିଶଙ୍କରା ବ୍ଲକର ଯୁବ ନେତା ଶ୍ରୀଯୁକ୍ତ ସୁଶାନ୍ତ ପଟେଲ, ସ୍ଥାନୀୟ କାର୍ଯ୍ୟକର୍ତା ଦୀକ୍ଷିତ ବୋହିଦାର, ଅନନ୍ତରାମ ପଟେଲ ପ୍ରମୂଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟରେ ସହଯୋଗର ହାତ ବଢ଼େଇଥିଲେ ।