ଦୀର୍ଘ ୩୧ ବର୍ଷ ପରେ ବିଦ୍ୟୁତ ସେବା ପାଇଲେ ଗ୍ରାମବାସୀ

କଳାହାଣ୍ଡି, ମ. ରାମପୁର ବ୍ଲକ ଅନ୍ତର୍ଗତ ବାରବନ୍ଦା ପଞ୍ଚାୟତ ର ସିନ୍ଦୁର୍ଲା ପଦର ରେ ଦୀର୍ଘ 31 ବର୍ଷ ହେଲା ବିନା ବିଦ୍ୟୁତ ରେ ଜୀବନ ଯାପନ କରୁଥିଲେ ଗ୍ରାମ ବାସୀ । ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ବାବୁଲି ମଣ୍ଡଳ ଗୋଟିଏ ମାସ ପୂର୍ବରୁ ଉକ୍ତ ଗ୍ରାମ କୁ ଗ୍ରସ୍ତ କରିଥିଲେ ସେହି ସମୟରେ ଗ୍ରାମବାସୀ ବିଦ୍ୟୁତ ସଂଯୋଗୀକରଣ ପାଇଁ ଅଭିଯୋଗ ଆଣିଥିଲେ ଶ୍ରୀ ମଣ୍ଡଳ ଉକ୍ତ ସମସ୍ୟା ଉପରେ ମାନ୍ୟବର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଙ୍କୁ ଉକ୍ତ ସମସ୍ୟା ଜଣାଇଥିଲେ । ଏବଂ ଗ୍ରାମବାସୀଙ୍କୁ ଦୁଇ ମାସ ମଧ୍ୟରେ ବିଦ୍ୟୁତ ସଂଯୋଗୀକରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ , ମାନ୍ୟବର ମନ୍ତ୍ରୀ ଉକ୍ତ କାର୍ଯ୍ୟ ପାଇଁ ତୁରନ୍ତ ପଦକ୍ଷେପ ନେଇ ଦୁଇ ମାସ ପୂର୍ବରୁ ବିଦ୍ୟୁତ ସେବା ଯୋଗାଇ ଦେଇଛନ୍ତି । ଆଜି ସିନ୍ଦୁର୍ଲାପଦର ଗ୍ରାମବାସୀ ବିଦ୍ୟୁତ ସେବା ଉପଭୋଗ କଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ଜୁମ ଆପ ମାଧ୍ୟମରେ ଗ୍ରାମ ବାସୀ ସହ ବିଭିନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଅଞ୍ଚଳରେ ଯାହା ସମସ୍ୟା ତାଙ୍କ ନଜର କୁ ଆସିଲେ ପଦକ୍ଷେପ ନେବା ପାଇଁ କହିଛନ୍ତି । ଶ୍ରୀ ବାବୁଲି ମଣ୍ଡଳଙ୍କ ପ୍ରଚେଷ୍ଟା ଫଳରେ ଆଜି ଅଞ୍ଚଳର ଛାତ୍ରଛାତ୍ରୀ ବିନା ଦ୍ଵନ୍ଦରେ ପାଠ ପଢି ପାରିବେ ଏଣୁ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ବାସୀ ଶ୍ରୀଯୁକ୍ତ ବାବୁଲି ମଣ୍ଡଳ , ମାନ୍ୟବର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର , ସାଂସଦ ସୁଜୀତ କୁମାର ,ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦ୍ର ସିଂ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments
Loading...