ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର ସ୍ଥିତ ମିଶନଶକ୍ତି ସଭାଗୃହ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପ ଜିଲ୍ଲାପାଳ, ଭାସ୍କର ରୋଇତ , ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ, ଅନାମିକା ପାଣ୍ଡେ ସମେତ ନବରଙ୍ଗପୁର ଜିଲ୍ଲାର 10 ଗୋଟି ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ କର୍ମୀ ଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରି ବିଭିନ୍ନ ରାଜସ୍ୱ ମାମଲା ଗୁଡିକ ନିର୍ଦ୍ଧାରିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବାସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । online e-pauti ମାଧ୍ୟମରେ ସତ ପ୍ରତିଶତ ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ । ତାହା ଛଡ଼ା ଜିଲ୍ଲାରେ ବର୍ଦ୍ଧିତ କରୋନା କୁ ଦୃଷ୍ଟିରେ ରଖି ବ୍ୟାପକ ଭାବେ ଜନ ସଚେତନତା ସୃଷ୍ଟି କରିବା ସହିତ ସରକାରଙ୍କ ପ୍ରଦର୍ଶିତ କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ପାଳନ କରିବା ସହିତ ନିୟମିତ ଯାଞ୍ଚ କରି ତାହାର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଛତିଶଗଡ଼ ସୀମାନ୍ତରେ ଲାଗି ରହିଥିବା ବ୍ଲକ ଗୁଡିକ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ଯାଞ୍ଚ ପ୍ରକ୍ରିୟା କୁ କଡାକଡି କରିବା ସହିତ ଲୋକଙ୍କୁ ସଚେତନ ଉପରେ ଗୁରୁତ୍ୱ ଦେଇଥିଲେ ।

Comments
Loading...