ଆଇସ୍ କେକ ତିଆରି କରି ଚର୍ଚାରେ ସୁରଭି

ଲକ୍ ଡାଉନ ସମୟରେ ସମସ୍ତଙ୍କର ପାଠ ପଢା ବନ୍ଦ ଥିଲା। ଏହି ସମୟକୁ ସୁଯୋଗରେ ପରିଣତ କରି ଆଇସ୍ କେକ ନିର୍ମାଣ କଲେ ଯୁବତୀ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି 81 ଗ୍ରାମର ଯୁବତୀ ସୁରଭି ହାଲଦାର। ରସାୟନ ବିଜ୍ଞାନ ରେ ସ୍ନାତକ କରିଛନ୍ତି ସୁରଭି l ଲକ୍ ଡାଉନର ସମୟକୁ ନଷ୍ଟ ନ କରି ୟୁଟ୍ୟୁବରୁ ଆଇସ୍ କେକ ତିଆରି କରିବା ଶିଖିବା ଆରମ୍ଭ କରିଥିଲେ । ଧିରେ ଧିରେ ସେ ସାମଗ୍ରୀ ମଗାଇ ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ l ସୁରଭି ଏହି କାମ ରେ ସମ୍ପୁର୍ଣ୍ଣ ନିପୁଣ ଯେଉଁ ଡିଜାଇନ କହିଲେ ସେ ସେହି ଡିଜାଇନର ଆଇସ୍ କ୍ରିମ କେକ ତିଆରି କରିପାରୁଛନ୍ତି।ଆଇସ୍ କ୍ରିମ କେକକୁ ସେ ନିଜ ଗ୍ରାମ ଏମଭି 81 ଓ ଆଖ ପାଖ ଅଞ୍ଚଳରେ ବିକ୍ରି କରି ସେ ଏବେ ରୋଜଗାର ସକ୍ଷମ ହୋଇଛନ୍ତି l ଯୁକ୍ତ ତିନି ଶିକ୍ଷା ଲାଭ କରୁଥିଲେ ମଧ୍ୟ ସେ ନିଜର ଏହି କେକ ନିର୍ମାଣ କରିବାର ନିଶାକୁ ପେଶା କରିବା ପାଇଁ ଇଛା ପ୍ରକଟ କରିଛନ୍ତି।ସୋସିଆଲ ମିଡିଆରେ ଏବେ ସୁରଭି ଙ୍କ ବିଭିନ୍ନ ଡିଜାଇନ ର କେକ ପ୍ରସ୍ତୁତି ର ଫଟୋ ଦେଖିବା ପରେ ସେ ଏବେ ଜିଲ୍ଲାରେ ଚର୍ଚ୍ଚିତ ଚେହେରା ହେଇଛନ୍ତି।କେକର ଫୋଟୋ ଭାଇରାଲ ହେବା ପରେ ଲୋକେ ସୁରଭିକୁ ଜାଣିବା ଆରମ୍ଭ କଲେଣି।
ପ୍ରତିଦିନ ତାଙ୍କ ପାଖକୁ ବିଭିନ୍ନ କେକର ଅର୍ଡର ଆସୁଛି l ତେବେ ଲକ୍ ଡାଉନ ତାଂକର ଏହି କଳା ଆହୁରି ସଫଳ କରିଛି। ପ୍ରତିଦିନ ଏହି ଭଲି ପ୍ରସ୍ତୁତି ଅଭ୍ୟାସ କରି ଆଜି ସେ ଜଣେ ଦକ୍ଷ କେକ କର୍ଣ୍ଣର ଭାବେ ବେଶ ପରିଚିତ।

Comments
Loading...