ନୂଆପଡ଼ାରେ ନୂଆ କଟକଣା – ଜରୁରୀ ନଥିଲେ ଛତିଶଗଡ଼ ଯିବାକୁ ମନା

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ନୂଆପଡ଼ା ଜିଲ୍ଲାରେ ପଜିଟିଭ୍ କେସ୍ ବୃଦ୍ଧିକୁ ନେଇ ଜିଲ୍ଲାପ୍ରାଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜରୁରୀ କାମ ନଥିଲେ ନୂଆପଡ଼ାବାସୀ ଛତିଶଗଡ଼ ନଯିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏଥିସହ ଜିଲ୍ଲାର ପ୍ରସିଦ୍ଧ ମନ୍ଦିରମାନଙ୍କରେ ଗହଳି ନକରିବାକୁ ବାରଣ କରାଯାଇଛି।

ଜିଲ୍ଲାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର କୌଣସି ବ୍ୟକ୍ତି ଛତିଶଗଡ଼କୁ ଯାଇପାରିବେନାହିଁ। ଛତିଶଗଡ଼ରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ଥିବାରୁ, ସେଠାକୁ ଯିବାକୁ ବାରଣ କରାଯାଇଛି। ସେଠାରୁ ଫେରିଥିବା ବ୍ୟକ୍ତିମାନଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ। ବିବାହ ଉତ୍ସବରେ କେବଳ ୧୦୦ଜଣ ସାମିଲ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜିଠାରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ। ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ। ଛିତିଶଗଡ଼ ଓ ବର୍ଡର ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ବେଶି ନଜର ରଖାଯିବ। କରୋନାରୁ ରକ୍ଷା ପାଇବା ପାଇଁ ନିୟମ ମାନିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments
Loading...