ଟ୍ରେନରେ କଟି ଇଓ ଙ୍କ ମୃତ୍ୟୁ

ହରିଶଙ୍କର ରୋଡ଼ ରେଳଷ୍ଟେସନ ରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମ ର ଇଓ କୃଷ୍ଣ ଚନ୍ଦ୍ର ନାଗ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ କଣ୍ଟାବାଞ୍ଜି ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲେ ହେଲେ ଘଟଣାସ୍ଥଳରେ ମୃତ ଦେହ ନଥିଲା।କ୍ରୃଷ୍ଣ ଙ୍କ ପରିବାର ବର୍ଗ ସକାଳୁ ମୃତ ଶରୀରକୁ ନିଜ ଗ୍ରାମ କୁ ଆଣି ଦାହ ସଂସ୍କାର କରୁଥିବା ନେଇ କଣ୍ଟାବାଞ୍ଜି ରେଲୱେ ପୋଲିସ କୈାଣସି ସୁତ୍ରରୁ ଖବର ପାଇ ମୃତକଙ୍କ ଗ୍ରାମ ବୁଢାଛାପର କୁ ପହଞ୍ଚି ଥିଲା।ଶବ ପୋଡ଼ା ଯାଉଥିବା ସ୍ଥାନରେ ରେଲୱେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

Comments
Loading...