ନବରଙ୍ଗପୁର ଜିଲ୍ଲାର ରେ ନାଇଟ୍ କର୍ଫ୍ୟୁ ଲାଗୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାର ରେ ନାଇଟ୍ କଫୁ ଲାଗୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖୀ ରାଜ୍ୟ ସରକାରଙ୍କଠୁ ଜିଲ୍ଲା ପ୍ରଶାସନ ସତର୍କ ହୋଇ ଉଠିଛନ୍ତି । ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କଫୁ ଲାଗୁ ହୋଇଛି । ଗୁରୁବାର ଠାରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କହିଂ ଜାରି ରହିବ । ଏନେଇ ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ନାଇଟ୍ କମ୍ପ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଛନ୍ତି ।

ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧୁକ ଲୋକ ଏକାଠି ହେବା ମନା ଜରୁରୀ ନଥିବା ସେମିନାର , ୱାର୍କସପ୍ , କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି । ଏପରିକି ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଛି । ବିଜ୍ଞପ୍ତି ଅନୁଯାୟୀ ରାଜନୈତିକ ଶୋଭାଯାତ୍ରା ଆନ୍ଦୋଳନ ଉପରେ ରୋକ୍ ଲଗା ଯାଇଛି । ଗହଳି ସମ୍ଭାବନା ଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାନାମା ଜାରି ରହିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Comments
Loading...