ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶତ୍ରୁଘ୍ନ ପ୍ରଧାନ ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଳସମା ପଞ୍ଚାୟତ ସରପଞ୍ଚ ଶୁଶିଲ କୁମାର ଯୋଗଦେଇ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶତ୍ରୁଘ୍ନ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଛାତ୍ର-ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା: ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁବାସିନୀ ପ୍ରଧାନ, ବିକ୍ରମ ଦେବ ପ୍ରଧାନ, ଦେବାଶିଷ ଦେହୁରୀ, କ୍ଷମାନିଧୀ ବେହେରା, ପ୍ରଦୀପ ତ୍ରିପାଠୀ , ମିନାରାଣୀ ଦେହୁରୀ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।