ଦେବଗଡ଼(କୋଶଲ ନ୍ୟୁଜ୍):- ବାରକୋଟ ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଜିତା ‘ ଦ୍ଵାରା ପରିଚାଳିତ ଅଙ୍କୁର କାର୍ଯ୍ୟକ୍ରମ ତରଫରୁ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଗୋଳାବନ୍ଧ ଠାରେ ୯୦ ପିଲାଙ୍କୁ ନେ଼ଇ ଶିଶୁଦିବସ ଉତ୍ସବ ପାଳନ କରାଯାଇଲା। କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ଵଳନ ସହିତ ହେଲା ପରେ ପ୍ରଧାନ ଶିକ୍ଷକ ଡମ୍ବୁରୁଧର ସାହୁ ସଭାପତିତ୍ବ କରି ଶିଶୁ ଦିବସର ଆବଶ୍ୟକତା ଓ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଓ ଅଙ୍କୁର କାର୍ଯ୍ୟକ୍ରମ ର ସଂଯୋଜକ ଗୋପାଳ କୃଷ୍ଣ ଥାପା ଏ ବର୍ଷର ଥିମ୍ “ପ୍ରତ୍ୟେକ ଶିଶୁ ପାଇଁ ପ୍ରତ୍ୟେକ ଅଧିକାର” କୁ ନେଇ ଶିଶୁମାନଙ୍କ ସ୍ବପ୍ନ, ଅଧିକାର ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ।
ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେଶ କୁମାର ଖୁଣ୍ଟିଆ, ଭାଗିରଥି ପ୍ରଧାନ, ଦେବାନନ୍ଦ ନାୟକ ଓ ଶିକ୍ଷୟତ୍ରୀ ପଦ୍ମିନୀ ପତ୍ର ଏବଂ ଜିତର ସହ ସଂଯୋଜକ ନିରାଶ ପ୍ରଧାନ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ରଙ୍ଗୋଲି, ଗୋଲି ଚାମଚ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ପିଲାମାନେ ବହୁତ ଉତ୍ସାହ ସହ ଅଂଶଗ୍ରହଣ କରିଲେ। ପ୍ରଥମ – ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ସହ ଅନ୍ୟାନ୍ୟ ଛାତ୍ର/ଛାତ୍ରୀ ମାନଙ୍କୁ ପେନ୍ ଦିଆଯାଇଥିଲା।
“ପ୍ରତ୍ୟେକ ଶିଶୁ ପାଇଁ ପ୍ରତ୍ୟେକ ଅଧିକାର”ବାରକୋଟ ଗୋଳାବନ୍ଧ ବିଦ୍ୟାଲୟରେ ରେ ଶିଶୁଦିବସ ପାଳନ
ଅନ୍ୟାନ୍ୟ ଖବର ପଢନ୍ତୁ
ଜିଲ୍ଲା ସମ୍ବାଦଦାତା - ଦେବଗଡ଼ [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Comments