ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା


ଅନୁଗୋଳ (କୋଶଲ ନ୍ୟୁଜ୍):- ବିଶ୍ବ ଯୁବ କେନ୍ଦ୍ର,ବଣୀନାଳୀ, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯକ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ଵାରା ଅନୁଗୋଳ ଜିଲ୍ଲାର ବନର ପାଲ ବ୍ଲକ୍ ସାନ୍ତରପୂର୍ ଗ୍ରାମ ପଞ୍ଚାୟତ ର ସାନ୍ତରାପୁର, ପୁରିକିଆ, ବାଲି ସାହି, ସୋମାକୋଇ,ଗ୍ରାମ ରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କିଶୋର କିଶୋରୀ ଓ ଏମବିକେ ,ସି ଆର ପି, ୱାଡ ମେମ୍ବର, ଅଙ୍ଗନୱାଡି, ଆଶା ଓ ଗ୍ରାମର ଅନ୍ୟ କିଛି ମହିଳା ଙ୍କ ଉପସ୍ଥିତି ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା ।

ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତ୍ୟେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ବ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୁଜା ସ୍ୱାଇଁ ଙ୍କ ତତ୍ଵା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା, ଓ ସୋନାଲିଶl ଶବର ,ସଭା ପରିଚାଳନା କରିଥିଲେ ।

Comments
Loading...