ଅନୁଗୋଳ (କୋଶଲ ନ୍ୟୁଜ୍):- କଲ୍ୟାଣ ମଣ୍ଡପ , କୋଶଳା ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଛେଣ୍ଡିପଦା , ଶ୍ରୀମତୀ ସୁଷମା ସେଠୀ, ଶ୍ରୀମତୀ ପଦ୍ମଜା ସାହୁ ସହକାରୀ ଶ୍ରମ ଅଧିକାରୀ, ଛେଣ୍ଡିପଦା ,ଅନିଲ କୁମାର ପ୍ରଧାନ ସରପଞ୍ଚ ଚାଙ୍ଗୁଡ଼ିଆ,ପଞ୍ଚାୟତ ନିର୍ବାହ ଅଧିକାରୀ, ଅରୁଣ ପ୍ରସାଦ ସାହୁ , ବିଶ୍ୱଯୁବ କେନ୍ଦ୍ର ସଭାପତି ବସନ୍ତ କୁମାର ପ୍ରଧାନ ଓ କୋଶଲା, ଚାଙ୍ଗୁଡ଼ିଆ, ବ୍ରାହ୍ମଣୀ ବିଲ୍ ପଂଚାୟତର ହିତାଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଆରମ୍ଭ କରା ଯାଇଥିଲା।

ବିଶ୍ଵ ଯୁବ କେନ୍ଦ୍ର ର ଆକ୍ସସେସ ଟୁ ଜଷ୍ଟିସ ସଂଯୋଜିକା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ବାଲ୍ୟ ବିବାହ ର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ମମତା ଯୋଜନା, ଶିଶୁ ସହାୟତା ନମ୍ବର, ବାଲ୍ୟ ବିବାହ ର ଦଣ୍ଡ ବିଧାନ ବିଷୟରେ ଜଣାଇଥିଲେ। ପଞ୍ଚାୟତ ନିର୍ବାହ ଅଧିକାରୀ,କୋଶଳା ବିଭିନ୍ନ ଯୋଜନା ଯେପରି ଅନ୍ତୋଦୟ ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ସହକାରୀ ଶ୍ରମ ଅଧିକାରୀ ଶିଶୁ ମାନଙ୍କୁ କାମ ରେ ନ ଲଗେଇବା ପାଇଁ କହିଥିଲେ ଓ ଶ୍ରମ ବିଭାଗ ର କାର୍ଯ୍ୟକାରୀ ହଉଥିବା ଯୋଜନା ଯେପରି ଶ୍ରମ କାର୍ଡ ଓ ତାର ଆବଶ୍ୟକତା, ଇ-ଶ୍ରମ କାର୍ଡ ବିଷୟରେ ଜଣାଇଥିଲେ । ସଭା ଶେଷରେ ବିଶ୍ଵ ଯୁବ କେନ୍ଦ୍ର ର ସଭାପତି ଅତିଥିମାନଙ୍କୁ ଏବଂ ଅଂଶଗ୍ରହଣ କରି ମନକୁ ଧନ୍ୟବାଦ ଦେଇଥିଲେ ଓ ଏକ ଶପଥ ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ,ଏହି କାଯ୍ୟକ୍ରମରେ ବିଶ୍ଵ ଯୁବ କେନ୍ଦ୍ରର ସୁନୀତା ମାଝୀ,ପପି ଦେହୁରୀ ସହଯୋଗ କରିଥିଲେ।