ଦୁଇ ବାଇକ ମୁହାଁମୁହିଁରେ ତିନି ଆହତ ମଧ୍ୟରୁ ଦୁଇ ଗୁରୁତର, ଗୁରୁତରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର

ତୁମୁଡିବନ୍ଧ-(କୋଶଲ ନ୍ୟୁଜ)-ଦୁଇ ବାଇକ ମୁହାଁମୁହିଁ ରେ ତିନି ଆହତ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଆଜି ଗୁରୁବାର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ।ସେମାନେ ହେଲେ ବିଲା ମାଳ ପଞ୍ଚାୟତର ବିକାପାଙ୍ଗ ଗ୍ରାମର ରଞ୍ଜିତ ମାଝି, ବେଲଘର ପଞ୍ଚାୟତର ରାଙ୍ଗପାରୁ ଗ୍ରାମର ଜିତୁ ମାଝି ଏବଂ ଅମିତ ମାଝି ।ତେବେ ରଞ୍ଜିତ ମାଝି ଗୁରୁତର ଥିବା ଜଣା ପଡ଼ିଛି।ଏହି ଘଟଣାଟି ଘଟିଛି ତୁମୁଡିବନ୍ଧ ଠାରୁ ବେଲଘରକୁ ସଂଯୋଗ କରୁଥିବା ରାସ୍ତାର ପୂଜା ଘାଟିର ବୁଲାଣି ରାସ୍ତାରେ l ମିଳିଥିବା ସୂଚନା ଅନୁସାରେ ରଞ୍ଜିତ ମାଝି ନିଜ ଓଡି ୧୨ବି -୩୧୨୩ ନମ୍ବର ହୋଣ୍ଡା ସାଇନମୋଟର ସାଇକେଲରେ କୌଣସି କାର୍ଯ୍ୟ ରେ ନିଜ ଗ୍ରାମ  ବିଲାମାଳ ଠାରୁ ତୁମୁଡିବନ୍ଧ କୁ ଆସୁଥିବା ବେଳେ ବିପରୀତ ଦିଗରୁ ଜିତୁ ଓ ଅମିତ ଏକ ନମ୍ବର ବିହୀନ ହିରୋ ମୋଟର ସାଇକେଲରେ  ତୁମୁଡିବନ୍ଧରୁ ନିଜ ଗାଁ କୁ ଫେରୁଥିଲେ l ସେହି ସମୟରେ ପୂଜା ଘାଟିର ବୁଲାଣି ରାସ୍ତାରେ ଉଭୟଙ୍କ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରାସ୍ତ ହେବା ପରେ ଉଭୟେ ସେହି ସ୍ଥାନରେ ଚିଟିକି ପଡ଼ିଥିଲେ l ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ  ଦେଖି ବେଲଘର ପୋଲିସ ଓ ୧୦୮ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ l ଆହତଙ୍କୁ ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ସହିତ ବେଲଘର ପୋଲିସ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ l ତେବେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ଜ୍ୟୋତି ରଞ୍ଜନ କର ମଧ୍ୟ ସୂଚନା ପାଇ  ତାଙ୍କ ଟିମ ପୁରା ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଥିଲେ l ଆହତମାନଙ୍କୁ ଅଣା ଯିବାରୁ ମାତ୍ରେ  ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆ ଯାଇ ୨ ଜଣ ଗୁରୁତର ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ତେବେ ଏପରି ଘଟଣା ବାରମ୍ବାର ହେଉଥିବା ନେଇ ଯାତ୍ରୀମାନେ ଉଦବେଗ ପ୍ରକାଶ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ଜଙ୍ଗଲ ହୋଇଥିବାରୁ ଏପରି ଦୁର୍ଘଟଣା ଘଟୁଛି l ତୁରନ୍ତ ରାସ୍ତାର ଉଭୟପାର୍ଶ୍ବରେ ଅନାବନା ଗଛ ଡାଳ ସଫା କରିବା ପାଇଁ ସାଧାରଣରେ ଦାବି ହେଉଛି।

ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...