ମେଦିନୀପୁର ଗ୍ରାମରେ ଧୁମଧାମରେ ପାଳିତ ହେଉଛି କାର୍ତ୍ତିକେଶ୍ବର ପୂଜା

ଦେବଗଡ଼(କୋଶଲ ନ୍ୟୁଜ୍):-  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମେଦିନୀପୁ୍ର ଗ୍ରାମରେ କାର୍ତ୍ତିକେଶ୍ୱରଙ୍କ ପୂଜା ଧୁମଧାମ ରେ ପାଳିତ ହୋଇଯାଇଛି । ସଭାପତି ବାପି ସାହୁ ଓ ସଂପାଦକ ସଚିନ ସାହୁ ତତ୍ବାବଧାନରେ ଗ୍ରାମର ପୋଖରୀ ରୁ ପାଣି ଆଣି କଳସ ଯାତ୍ରା ଆରମ୍ଭହୋଇଥିଲା । ଏହି ପୂଜାରେ କର୍ଭା ଭାବେ ସୁରଥ ଦାସ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ସାହୁ ହୋମ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବା ବେଳେ ପୂଜକ ଟିକେଶ୍ୱର ନନ୍ଦ ମନ୍ତ୍ରପାଠ ଆରମ୍ବ କରିଥିଲେ । ଏବଂ ବିଭିନ୍ନ ପ୍ରକାର ପିଲାଙ୍କ ଖେଳ ଓ ନୃତ୍ୟପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି l ଏବଂ ଏକ ହଜାର ର ଭକ୍ତମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ଆୟୋଜନ କରାଯାଇଛି l କାର୍ତ୍ତିକେଶ୍ୱର ପୂଜା କମିଟିର ସମସ୍ତ ମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମର ର ନାମ ସଂକୀର୍ତନ କାର୍ଯ୍ୟକ୍ରମ ମଧ୍ୟ ରହିଥିବା କୋଷାଧ୍ୟକ୍ଷ ଲୁକୁନ ସାହୁ ସୂଚନା ଦେଇଛନ୍ତି ।

Comments
Loading...