ଅନୁଗୋଳ (କୋଶଲ ନ୍ୟୁଜ୍):- ପଞ୍ଚାୟତ କାର୍ଯ୍ୟାଳୟ, ଗଡସନ୍ତ୍ରି ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ବନରପାଳ ,ଶ୍ରୀମତୀ ଲିଲି ଦାସ ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗଡାସନ୍ତ୍ରି, ଶରତ କୁମାର ସାହୁ ,ସରପଞ୍ଚ ,ଟଙ୍କଧର ବେହେରା ,ଏ .ଡି.ଓ ,ବସନ୍ତ କୁମାର ପ୍ରଧାନ ,ଏମ.ବି.କେ, ସଂଗୀତା ସାହୁ ଉପସ୍ଥିତ ଥିଲେ। ଗଡସନ୍ତ୍ରୀ, ତୁଳସୀପାଳ ଓ ବଉଳିଗଡ଼ ପଞ୍ଚାୟତର ହିତାଧିକାରୀ, ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି କର୍ମୀ ,ଭି. ଆର୍.ପି ମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ଵାଗତ କରା ଯାଇ ବିଶ୍ଵ ଯୁବ କେନ୍ଦ୍ର, ଆକ୍ସେସ ଟୁ ଜଷ୍ଟିସ ର ପ୍ରକଳ୍ପ ସଂଯୋଜିକ ପୂଜା ସ୍ୱାଇଁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ବାଲ୍ୟ ବିବାହ ର କୁପରିଣାମ ,ଆଇନ ଅନୁଯାୟୀ ଦଣ୍ଡବିଧାନ ,ଶିଶୁ ଶ୍ରମିକ ନିରାକରଣ, ଶିଶୁ ଯୌନ ନିର୍ଯାତନା ନିରୋଧ ସମ୍ବନ୍ଧୀୟ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତୋଦୟ ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। CDPO ମମତା ଯୋଜନା,ପୋଷଣ କାର୍ଯ୍ୟକ୍ରମ,ମହିଳା ଓ ଶିଶୁ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରକଳ୍ପ ସହାୟିକା ଲକ୍ଷ୍ମୀ ବେହେରା ଅତିଥିମାନଙ୍କୁ ଏବଂ ଅଂଶ ଗ୍ରହଣକାରି ମାନଙ୍କୁ କ ଧନ୍ୟବାଦ ଜଣାଇଥିଲେ। ପରିଶେଷରେ ବାଲ୍ୟ ବିବାହ ରୋକିବା ପାଇଁ ଏକ ଶପଥ ପାଠ କରାଯାଇ ଥିଲା।