ଛେଳି ପାଇଁ କୁମ୍ଭୀର ସହ ସଂଘର୍ଷ: ଛିଡ଼ିଲା ହାତ

ଅନୁଗୋଳ (କୋଶଲ ନ୍ୟୁଜ୍):- କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ ଜୋରରେ ଛେଳି ଚରିବା ସମୟରେ ଛେଳିକୁ ଟାଣି ନେଇଥିଲା କୁମ୍ଭୀର ।କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ ଯୁବକ ସଂଘର୍ଷ ପରେ କୁମ୍ଭୀର ମୁଁହରୁ ଛେଳିକୁ ବଞ୍ଚାଇ ଆଣିଥିଲେ ସତ, କିନ୍ତୁ କୁମ୍ଭୀର ଆକ୍ରମଣରେ ନିଜର ଗୋଟିଏ ହାତ ହରାଇବାକୁ ପଡ଼ିଲା। ଉକ୍ତ ଯୁବକ କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments
Loading...